ନୟାଗଡ଼, (ନୟାଗଡ଼ ଦର୍ପଣ): ଅନୁସୂଚିତ ଜାତି ଓ ଅନୂସୁଚିତ ଜନଜାତି ଉନ୍ନୟନ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ହଷ୍ଟେଲର ସୁପରିଚାଳନା ସହ ଅନ୍ତେବାସୀ ଓ ଅନ୍ତବାସିିନୀଙ୍କ ସୁରକ୍ଷା ଓ ଶିକ୍ଷା ଲାଗି ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ପରିଚାଳକଙ୍କ ନୟାଗଡ଼ ଜିଲ୍ଲାସ୍ତରୀୟ ଦୁଇ ଦିନିଆ କର୍ମଶାଳା “ ଚାଲ ସୁରକ୍ଷା ଲାଗି କଥା ହେବା” ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା ଶୁଭାରମ୍ଭ କରିଥିଲେ। ନୟାଗଡ ଜିଲ୍ଲାର ସମସ୍ତ ବ୍ଲକର ମଂଗଳ ସଂପ୍ରସାରଣ ଅଧିକାରୀ, ୩୯ ଗୋଟି ହଷ୍ଟେଲର ପ୍ରଧାନ ଶିକ୍ଷକ ତଥା ପରିଚାଳକମାନେ ଯୋଗ ଦେଇଥିଲେ। ଦୁଷ୍ମନ୍ତ ପୃଷ୍ଟି, ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର ଏବଂ ମହମ୍ମଦ ଅର୍ସଦ ଅନସାରୀ, ଜିଲ୍ଲା ଶିଶୁ ଅଧିକାରୀ, ନୟାଗଡ଼, ଅମିୟବାଳା ପଟ୍ଟନାୟକ ଫ୍ରିଲନ୍ସର ଭୁବନେଶ୍ଵର, ଭିମସେନ ମହାରଣା ପ୍ରଶିକ୍ଷକ ଉପସ୍ଥିତ ରହି କର୍ମଶାଳାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଚିତରଞ୍ଜନ ବେହେରା ଜିଲ୍ଲା ମଙ୍ଗଳ ଅଧିକାରୀ ପରିଚାଳନା କରିଥିଲେ।
ଜିଲ୍ଲାସ୍ତରୀୟ ଦୁଇ ଦିନିଆ କର୍ମଶାଳା “ଚାଲ ସୁରକ୍ଷା ଲାଗି କଥା ହେବା” ଅନୁଷ୍ଠିତ
