ନୟାଗଡ଼, (ନୟାଗଡ଼ ଦର୍ପଣ): ଗୁରୁଦିବସ ଅବସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ମୁଖ୍ୟଅତିଥିଭାବରେ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ, ବନଲତା ବେହେରା , ଡିଆଇଟିର ଅଧକ୍ଷ ଶ୍ରୀ ଯୁକ୍ତ ବିଜୟ କୁମାର ତ୍ରିପାଠୀ ଏବଂ ଆଠ ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭୂମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସମାଜରେ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ପଥ ପ୍ରଦର୍ଶକ ହେବେ ହେବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଗୁରୁ ହିଁ ଆମ ସଂସ୍କୃତିର ଉର୍ଜା ବୋଲି ଅଭିଭାଷଣ ଦେଉଥିଲେ। ସ୍ବାଗତ ଅଭିଭାଷଣରେ ଆମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ, ବନଲତା ବେହେରା ନିଜର ବ୍ୟକ୍ତଵ୍ୟ ରଖିଥିଲେ।

ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ୨୨ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଜଣେ ସିଆରସିସିଙ୍କୁ ପଞ୍ଚଶଖା ଶିକ୍ଷା-ସେତୁ ସମ୍ମାନରେ ସମ୍ମାନୀତ କରାଗଲା ନୟାଗଡ଼ ବାଳିକା ହାଇସ୍କୁଲଠାରେ ଏହି ସମ୍ମାନ ପ୍ରଦାନ ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ୭ଜଣ ଏଲିମେଣ୍ଟାରି ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମାନିତ ହେଲା ବେଳେ ହାଇସ୍କୁଲର ବିଭିନ୍ନ ବିଷୟରେ ୧୪ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଜଣେ ସିଆରସିସିଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ସାମିଲ୍ କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଲିସ୍ପା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ବିଭାଗର ଶିକ୍ଷକ ପ୍ରତାପ କୁମାର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ ଓ ଡିପିଓ ଅନୀଲ ଦାସ, ଦେବାଶିଷ ଆଚାର୍ଯ୍ୟ, ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ । ନୟାଗଡ଼ ଅବସର ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା ବିଭାଗ ପକ୍ଷରୁ ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ମଧ୍ୟରେ ଭାପୁର ବ୍ଲକ୍ ପଥରଚକଡ଼ା ୟୁପିଏସ୍ ସ୍କୁଲର ଅଳକା ବେହେରା, ଗଣିଆ ବ୍ଲକ୍ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାଳୟର ଶୋଭନ କୁମାର ପଣ୍ଡା, ଖଣ୍ଡପଡ଼ା ବ୍ଲକ୍ର ସରକାରୀ ପ୍ରାଇମେରି ସ୍କୁଲ ବାସୁଦେବପୁରରୁ ମୀନାକ୍ଷୀ ହୋତା, ନୟାଗଡ଼ ବ୍ଲକ୍ର ସରକାରୀ ଅପର୍-ପ୍ରାଇମେରି ସ୍କୁଲ-କଲେଜ ଲେନ୍ର ପ୍ରଦୀପ କୁମାର ସାହୁ, ନୂଆଗାଁ ବ୍ଲକ୍ର କରଡ଼ା ପ୍ରକଳ୍ପ ପ୍ରାଇମେରି ସ୍କୁଲ୍ର ଲିଖିତା ନାୟକ, ଓଡ଼ଗାଁ ବ୍ଳକ୍ ସରକାରୀ ୟୁଜି ହାଇସ୍କୁଲର ସନ୍ତୋଷ କୁମାର ସାହୁ ଓରଣପୁର ବ୍ଲକ୍ର ରମ୍ଭାବିଲ ନୋଡାଲ ୟୁପିଏସ୍ ସ୍କୁଲର ମାନସ କୁମାର ପଟ୍ଟନାୟକଙ୍କୁ ସମ୍ବଦ୍ଧିତ କରାଯିବସେହିପରି ହାଇସ୍କୁଲ ସ୍ତରରେ ଭାପୁର ବ୍ଲକ୍ କରବର କପିଳ ମାର୍ଥା ସରକାରୀ ହାଇସ୍କୁଲର ରୋଜାଲିନ୍ ପ୍ରିୟଦର୍ଶନୀ, ନଟବର ବାଳିକା ହାଇସ୍କୁଲର ସବିତା ସାହୁ, ବାଇଗୁଣିଆ ହାଇସ୍କୁଲର ଆଶିଷ କୁମାର ପଟ୍ଟନାୟକ, ରଣପୁର ବ୍ଳକ୍ ସୁନାଖଳା ସରକାରୀ ହାଇସ୍କୁଲର ଶ୍ରୋତାମ୍ବିନୀ ଜେନା, ଲକ୍ଷ୍ମୀ ରଣସିଂହ ଓ ରଶ୍ମୀପ୍ରଭା ସାହୁଙ୍କୁ ଚୟନ କରାଯାଇଛି।
ସେହିପରି ଓଡ଼ଗାଁ ବ୍ଲକ୍ର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟରୁ ନୀଳିମା ବାହିନୀପତି, କଜଳାଇପଲ୍ଲୀ ଉଚ୍ଚ ବିଦ୍ୟାଳୟରୁ ଘନଶ୍ୟାମ ରାଉତ, ଜନତା ହାଇସ୍କୁଲ ବାଙ୍କତରାରୁ ଦିପୁନ ଦଳବେହେରା, ଗଣିଆ ବ୍ଲକ୍ରୁ ଆଜ୍ସିପିବି ନୋଡାଲ ବିଦ୍ୟାପୀଠ ରାସଙ୍ଗର ଅନିତା ମହାପାତ୍ର ଓ ଲୋପାମୁଦ୍ରା ବେହେରା, ଖଣ୍ତପଡ଼ା ବ୍ଲକ୍ ସରକାରୀ ହାଇସ୍କୁଲ ଯୋଗିଆପଲ୍ଲୀରୁ ଯୋଗମାୟା ମହାପାତ୍ର ଓ ମାନସୀ କୁମାରୀ ସେଠୀ ଓ ଦଶପଲ୍ଲା ବ୍ଲକ୍ ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ ନଛିପୁରର ରବୀନ୍ଦ୍ରନାଥ ନାୟକଙ୍କୁ ସମ୍ବଦ୍ଧିତ ହେଲେ। ସେହିପରି ପଞ୍ଚଶଖା ଶିକ୍ଷା ସେତୁ ସମ୍ମାନରେ ଓଡ଼ଗାଁ ବ୍ଳକ୍ କୋମଣ୍ଡ ନୋଡାଲ୍ର ସିଆର୍ସିସି ଲଳିତ ମୋହନ ମିଶ୍ରଙ୍କୁ ସମ୍ବଦ୍ଧନା ପ୍ରଦାନ କରାଗଲା ।