ପୁରୀ ସାଂସଦଙ୍କ ସମର୍ଥନ ମାଗିଲେ ଆର୍ତ୍ତତ୍ରାଣ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗରେ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ସମର୍ଥନ ଲୋଡିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଏନ୍ଏସି ଦାବିରେ ଆନ୍ଦୋଳନ କରୁଥିବା ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ। ଏନ୍ ଏ ସି ମାନ୍ୟତା ପାଇଁ ଗତ 2023 ମସିହା ମାର୍ଚ୍ଚ 23ତାରିଖ ରେ ଆମରଣ ଅନଶନ କରିଥିଲେ ଶ୍ରୀ ପ୍ରଧାନ। ତେବେ ୨ମାସ ଭିତରେ ପ୍ରକ୍ରିୟା କରି ମାନ୍ୟତା ମିଳିବାକୁ ପ୍ରତିଶୃତି ଦେଇଥିଲା ଜିଲ୍ଲା ପ୍ରଶାସନ। ମାତ୍ର ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମାନ୍ୟତା ମିଳିନି। ଅନ୍ୟପଟେ ସମ୍ପ୍ରତି ରାଜ୍ୟ ସରକାର 7 ଟି ଜିଲ୍ଲାର ଅନେକ ଅଞ୍ଚଳକୁ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଏଥିରେ ରାଜ ସୁନାଖଳାର ନାଁ ନାହିଁ। ପୂର୍ବରୁ ଏପ୍ରସଙ୍ଗ ରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ସମ୍ବିତ। ରାଜସୁନାଖଳା ମହୋତ୍ସବ ମଞ୍ଚରେ ଲୋକଙ୍କୁ ଆଶ୍ଵାସନା ଦେଇ ଏନେଇ ପ୍ରୟାସ କରିବାକୁ ନିଜ ଭାଷଣରେ କହିଥିଲେ ସାଂସଦ। ତେଣୁ ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଏନେଇ ସାଂସଦ ଡ଼କ୍ଟର ପାତ୍ରଙ୍କ ସହଯୋଗ ପାଇଁ ଏକ ଲିଖିତ ନିବେଦନ ପତ୍ର ପଠାଇଛନ୍ତି ସମାଜସେବୀ ଶ୍ରୀ ପ୍ରଧାନ। ଡ଼କ୍ଟର ପାତ୍ରଙ୍କ ଠାରୁ ବହୁତ୍ କିଛି ଆଶା ରଖିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ବୋଲି ଏହି ପତ୍ରରୁ ସୂଚନା ମିଳିଛି। ତେଣୁ ସାଂସଦ ଏକ୍ଷେତ୍ରରେ ଆଶାନୁରୂପ ସହଯୋଗ ପାଇଁ ଦାବି ଜୋର୍ ଧରିଛି।