ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଜିଲ୍ଲାସ୍ତରୀୟ ଆକାଂକ୍ଷା ହାଟ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀ ଦଶପଲ୍ଲା ଓ ଖଣ୍ଡପଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ।

୨୦୨୩ ମସିହାରୁ ଦେଶରେ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଆକାଂକ୍ଷା ବ୍ଲକ ଭାବେ ବଛାଯାଇଛି । ଦଶପଲ୍ଲା ବ୍ଲକରେ ବହୁତ କିଛି ଉନ୍ନତିକର କାର୍ଯ୍ୟକ୍ରମ ବାକି ରହିଛି । ଏବେ ମୁଖ୍ୟମନ୍ତ୍ରୀ ଦଶପଲ୍ଲା ବ୍ଲକକୁ ସମ୍ମାନିତ କରିବାକୁ ଯାଇ ଆମର ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ପୁରସ୍କୃତ କରାଯାଇଥିଲା । ସେହି କ୍ଷେତ୍ରରେ ମହିଳାମାନଙ୍କ ଶ୍ରେୟ ଓ ମାଆମାନଙ୍କ ଅବଦାନ ରହିଛି । ସେଥିପାଇଁ ମାନ୍ୟବର ବିଧାୟକ ଆମ ଜିଲ୍ଲାର ଯେ କୌଣସି ଉତ୍ପାଦକୁ ବ୍ରାଣ୍ଡେଡ୍ କରିବାକୁ ଅନୁରୋଧ କରିଥିଲେ ଯାହାକି ଦଶପଲ୍ଲାର ଜୋତା, ମହୁ ଏବଂ ନୟାଗଡ଼ର ଛେନାପୋଡ଼ ଇତ୍ୟାଦିରେ ବ୍ରାଣ୍ଡ୍ ବା ଟ୍ୟାଗ୍ ଲଗାଯାଇପାରିଲେ ଏହି ବାର୍ତ୍ତା ଦିଲ୍ଲୀରେ ପହଞ୍ଚିପାରିବ । କୃଷି, ଅଙ୍ଗନବାଡ଼ି, ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିଛି। ଏସଏସଜି ମାନଙ୍କ ରିଭଲଭିଂ ଫଣ୍ଡ୍ ୧୫୦୦୦ ରୁ ୩୦୦୦୦କୁ ବୃଦ୍ଧି ପାଇଛି । ଆମର ମାଆମାନଙ୍କ ପାଇଁ ସାରା ଦେଶରେ ସୁଭଦ୍ରା ଯୋଜନାରେ ନୟାଗଡ଼ ଜିଲ୍ଲା ଏକ ନମ୍ବର ରହି ପୁରସ୍କୃତ ଲାଭ କରିଛି । ମାଆମାନେ ସାମାଜିକ ବିପ୍ଲବରେ ଆଗକୁ ବାହାରି କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି।

ମାନ୍ୟବର ବାଚସ୍ପତି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର vocal for local ବାଖ୍ୟା କରିବାକୁ ଯାଇ କହିଲେ ଯେ, ନିଜ ଅଂଚଳର ଉତ୍ପାଦନ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରିତ କରିବାର ଅଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକ୍ଷେତ୍ରରେ ଉନ୍ନତି କରିବା ସେଥିପାଇଁ ବହୁ ଭାଗୀ ସହଯୋଗିତା/ପ୍ରତିଯୋଗିତା ମୂଳକ ବାତାବରଣ ସୃଷ୍ଟି ହେବା ଦରକାର । ମାନ୍ୟବର ବିଧାୟକ ଆମ ଜିଲ୍ଲା ଜିନିଷକୁ ଟ୍ୟାଗ୍ ବ୍ରାଣ୍ଡେଡ୍ କରି ପାରିଲେ ବାହାରେ ଅର୍ଥାତ୍ ଦିଲ୍ଲୀରେ ପରିଚିତ ହୋଇପାରନ୍ତା ବୋଲି କହିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ବିଭାଗ, ବ୍ଲକସ୍ତରୀୟ କର୍ମଚାରୀ, ଜିଲ୍ଲାସ୍ତରୀୟ କର୍ମଚାରୀ କୃଷି,ଖାଦ୍ୟ,ସାମାଜିକ ଉନ୍ନତି କ୍ଷେତ୍ରରେ ମୋଟ ୪୫୦ଜଣଙ୍କୁ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ଯୋଜନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ବ୍ଲକ କର୍ମଚାରୀମାନେ ଯୋଗଦାନ କରିଥିଲେ । ଶେଷରେ ଯୁଗ୍ମ ନିର୍ଦ୍ଦେଶକ ଯୋଜନା ବିଦ୍ୟାଧର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।