ବିଶ୍ୱମାନବ ଚାଲାଣ ବିରୋଧୀ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଗଣିଆ ଉନ୍ନୟନ କମିଟି ନୟାଗଡ଼ ଜ଼ିଲ୍ଲା ଅଫିସ ଘଡୁଆଲ ଠାରେ ଏକ ଶିଶୁ ସୁରକ୍ଷା ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଉନ୍ନୟନ କମିଟିର ସଭାପତି ପତି ଉଷା ପଟ୍ଟନାୟକ ବିଶ୍ୱ ମାନବ ଚାଲାଣ ଉପରେ ଓ ବାଲ୍ୟ ବିବାହ ଉପରେ ବିସ୍ତୁତ ଭାବେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ସତ୍ୟ ରଞ୍ଜନ ଦାସ, ସିଡିପିଓ ସୌଦାମିନୀ ପଣ୍ଡା ଓ ଚିତ୍ତରଞ୍ଜନ ରାଉତ, ଦିଏଲଓ କିଶୋର କୁମାର ମହାପାତ୍ର ଜ଼ିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ଓ ଜ଼ିଲ୍ଲା ଚାଇଲଡ ହେଲ୍ପ ଲାଇନର ପରାମର୍ଶ ଦାତା ଚନ୍ଦ୍ରଶେଖର ବେହେରା ଉପସ୍ଥିତ ଥିଲେ।
ବାଲ୍ୟ ବିବାହ ଓ ଶିଶୁ ଚାଲାଣ, ଶିଶୁ ସୁରକ୍ଷା ଉପରେ ଜ଼ିଲ୍ଲାରେ କାମ କରୁଥିବା ସମସ୍ତ ଶିଶୁ ଅଧିକାର ଓ ଅଧିକାରିଣୀମାନେ ଉପସ୍ଥିତ ଥିଲେ।
ଗଣିଆ ଉନ୍ନୟନ କମିଟି ନୟାଗଡ଼ ଜ଼ିଲ୍ଲାରେ ୨ଟି ବ୍ଲକ ନୟାଗଡ଼, ଖଣ୍ଡପଡା ସେଥିମଧ୍ୟରୁ ୧୨ଟି ପଂଚାୟତ ଓ ୫୦ଟି ଗ୍ରାମକୁ ନେଇ ଗଣିଆ ଉନ୍ନୟନ କମିଟି ଏ ଟୁ ଜେଡ଼ ପ୍ରୋଜେକ୍ଟ ମାଧ୍ୟମରେ ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଉପରେ କାମ କରୁଛି। ସେହି ୫୦ଗ୍ରାମରେ ଶିଶୁ ମାନଙ୍କୁ ନେଇ ସଂଗଠନ କରାଯାଉଛି ଓ ପ୍ରତେକ ମନ୍ଦିର ଧାର୍ମିକ ଅନୁଷ୍ଠାନର ପୂଜାରୀ ମାନଙ୍କୁ ନେଇ ମଧ୍ୟ ବାଲ୍ୟ ବିବାହ ଉପରେ ସଚେତନତା କରଯାଉଛି ଓ ଶପଥ ପାଠ କରାଯାଉଛି। ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଜୁଲାଇ ୧୫ରୁ ୩୦ ମଧ୍ୟରେ ପ୍ରେତେକ ସ୍ଥାନରେ ପୋଷ୍ଟର ମାରିବା ସହିତ ଲୋକମାନଙ୍କୁ ସଚେତନତା କରାଯାଉଛି ଓ ନୟାଗଡ ରେଳଷ୍ଟସନରେ ଲୋକମାନଙ୍କୁ ମାନବ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

Related posts