ଶ୍ରୀ ବିଷ୍ଣୁ ଷୋଡଶ ନାମ ସ୍ମରଣ
*********************
ଔଷଧ ସେବନେ ବିଷ୍ଣୁ ଦିବ୍ଯ ନାମ
କର ନିରବେ ଚିନ୍ତନ।
ଭୋଜନ କାଳରେ ଜନାର୍ଦ୍ଦନ ନାମ
ମାନସେ କର ସ୍ମରଣ।
ଶୟନେ ଶ୍ରୀପଦ୍ମନାଭଙ୍କୁ ଧ୍ଯାୟିବ
ବିବାହରେ ପ୍ରଜାପତି।
ସମରେ ଶ୍ରୀଚକ୍ରଧରଙ୍କୁ ଚିନ୍ତିଲେ
ହଟଇ ଘୋର ବିପତ୍ତି।
ପ୍ରବାସ ଗମନେ ତ୍ରିବିକ୍ରମ ନାମ
କରୁଥିବ ମନେ ଧ୍ଯାନ।
ପରାଣ ପ୍ରୟାଣ ହୋଇଲେ ଆସନ୍ନ
ଜପୁଥିବ ନାରାୟଣ।
ପିୟସଙ୍ଗମରେ ଶ୍ରୀଧର ନାମ ଯେ
କରିବ ମନେ ଚିନ୍ତନ।
ଦୁଃସ୍ବପ୍ନ ଦର୍ଶନେ ଗୋବିନ୍ଦ ଭଜିବ
ସଙ୍କଟେ ମଧୁସୂଦନ।
କାନନ ଭ୍ରମଣେ ନରସିଂହ ଭଜ
ପାବକେ ଜଳଶାୟୀଙ୍କୁ।
ଜଳେ ଭଜୁଥିବ ବରାହ ମୂର୍ତ୍ତିଙ୍କୂ
ପର୍ବତେ ରଘୁନାଥଙ୍କୁ।
ଗମନେ ବାମନ ସ୍ମରି ଭ୍ରମୁଥିଲେ
ନହୁଏ ଯାତ୍ରା ଦୁଷ୍କର।
ସକଳ କାର୍ଯ୍ଯରେ ମାଧବ ଧ୍ଯାୟିଲେ
ହୁଏ ସର୍ବ ଶୁଭଙ୍କର।
ଏବଂବିଧ ବିଷ୍ଣୁ ଷୋଡଶ ନାମ ଯେ
କରଇ ପ୍ରାତଃ ସ୍ମରଣ।
ପାପରାଶି ନାଶି ବିଷ୍ଣୂଲୋକେ ହର୍ଷେ
କରଇ ସେ ବିଚରଣ।।
– ମୀନକେତନ ଷଡଙ୍ଗୀ, କଣ୍ଟାବଣିଆ ଶାସନ,
ନୟାଗଡ ୭୫୨୦୬୯, M 9778535946.