ମୃତ ଶିଶୁ ପ୍ରସବ କରିଥିବା ନୟାଗଡ କଲେଜ ପୀଡିତା ଛାତ୍ରୀଙ୍କୁ ମେଡିକାଲରେ ଭେଟିଲେ କଂଗ୍ରେସ ଟିମ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ମାଳତୀ ଚୌଧୁରୀ ଛାତ୍ରୀ ନିବାସ ରେ ରହି ଯୁକ୍ତ ତିନି ଶ୍ରେଣୀ ର ଆଦିବାସୀ ଛାତ୍ରୀ ଙ୍କ ମୃତ ଶିଶୁ ପ୍ରସବ ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗମ୍ଭୀରତlର ସହ ନେଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ l ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଙ୍କ ଠାରୁ ଏହି ସ୍ପର୍ଶକାତର ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ପୂର୍ବତନ ସାଂସଦ ନକୁଳ ନାଏକ,ପିସିସି ମୁଖପାତ୍ର ସୋନାଲି ସାହୁ, ଖୋର୍ଦ୍ଧା ଡିସିସି ସଭାପତି ରାଜୀବ ପଟନାୟକ ଏବଂ ନୟାଗଡ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ପ୍ରମୁଖ ଙ୍କୁ ସାମିଲ କରାଇ ନୟାଗଡ ମେଡିକାଲରେ…
Read MoreDay: March 21, 2025
୨୬ତମ ବିଶ୍ଵ କବିତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୟୁନେସ୍କୋ ଦ୍ଵାରା ୧୯୯୯ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି। ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହ ଏହି ଦିବସଟିକୁ ନୟାଗଡ଼ର ଖେଳପଡିଆ ମୁକ୍ତାକାଶ ତଳେ ପାଳନ କରୁଥିଲେ। ଦୁଇ ହଜାର ବାଇଶି ମସିହାରେ ଅସୁସ୍ଥ ଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରବଚକ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ମନକୁ ଉଶ୍ୱାସ ଦେବା ଉଦ୍ଦେଶ୍ୟରେ ତାଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ଆୟୋଜିତ ହୋଇଥିଲା ବିଶ୍ଵ କବିତା ଦିବସ। ଉକ୍ତ ଦିନ ସ୍ୱର୍ଗତ ଚନ୍ଦ୍ରମଣି ପ୍ରଧାନ ନିଜେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥଲେ। ତତ୍ ସହିତ ସେ ଅନୁରୋଧରଖି କହିଥିଲେ ମୋର ବର୍ତ୍ତମାନ ହେଉ ବା ଅବର୍ତ୍ତମାନରେ ପ୍ରତିବର୍ଷ ଚନ୍ଦ୍ରକାନ୍ତି…
Read More