ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ଏକ ମାସିକ ବୈଠକ ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚିନ୍ମୟ ମିଶନ ପକ୍ଷରୁ ନିକଟରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସଫଳତା ସହିତ ଶେଷ ହୋଇଥିବାରୁ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହା ପରେ ଗୁରୁ ବନ୍ଦନା ଏବଂ ଗୀତା ଆବୃତ୍ତି କରାଯାଇ ଏହା ଉପରେ ବ୍ୟାଖ୍ୟା କରାଯାଇଥିଲା। ଚିନ୍ମୟ ମିଶନ ନୟାଗଡ଼ ଶାଖାର ନିଜସ୍ୱ ଗୃହ ନଥିବାରୁ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ମିଶନ ସଭାପତିଙ୍କ ସମେତ ଘନଶ୍ୟାମ ସାହୁ,ସଂଯୋଜିକା ଶ୍ରାବଣୀ ମିଶ୍ର,ଅର୍ଥ ସଚିବ ପ୍ରଦୀପ…
Read MoreMonth: March 2025
ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ସଂକଳ୍ପ ଅଧିବେଶନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସମସ୍ତ ପ୍ରାକୃତିକ ଓ ଭୌଗୋଳିକ ପରିବେଶର ଅନୁକୂଳ ଅବସ୍ଥିତି ସତ୍ତ୍ୱେ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆଶାନୁରୂପ ହୋଇପାରି ନଥିବାରୁ ଉଦ୍ ବେଗ ପ୍ରକାଶ କରି ଆଜି ନୟାଗଡ କେସି କ୍ଳବଠାରେ ଓଡ଼ିଶାର ରାଜଧାନୀ ସହରରେ ସୁପ୍ରତିଷ୍ଠିତ ନୟାଗଡିଆଙ୍କୁ ନେଇ ଗଠିତ ହୋଇଥିବା ନୟାଗଡ଼ ଜିଲ୍ଲା ବିକାଶ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ କରୁଣାକର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ସମ୍ମିଳନୀର ଉଦ୍ୟୋକ୍ତା ତଥା ବରିଷ୍ଠ କର୍ମକର୍ତ୍ତା ଭାରତ ସରକାରଙ୍କ ପ୍ରାକ୍ତନ ଗଣମାଧ୍ୟମ ପରାମର୍ଶଦାତା ଡଃ. ଉମାକାନ୍ତ ମିଶ୍ର, ଗବେଷକ ତଥା ପାଠାଗାର ଆନ୍ଦୋଳନର ପ୍ରମୁଖ ପ୍ରବୀର ପଟ୍ଟନାୟକ, ଡଃ ବ୍ରଜବନ୍ଧୁ ପଣ୍ଡା, ସ୍ତମ୍ଭକାର ଡଃ ଜାନକୀଶ ବଡ଼ପଣ୍ଡା ଏହି ଅଧିବେଶନରେ ଯୋଗ ଦେଇ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜଧାନୀ ସହରରେ ପ୍ରତିଷ୍ଠିତ ଏହି…
Read Moreବାର୍ଷିକୋତ୍ସବ ପାଳନ ଦ୍ୱାରା ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ପରିସ୍ଫୁଟିତ ହୋଇଥାଏ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅନ୍ୟତମ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ମହାପାତ୍ର, ସମିତି ସଭ୍ୟା ଶୁଚିସ୍ମିତା ଭଟ୍ଟ, ପରିଚାଳନା କମିଟି…
Read Moreନୟାଗଡ଼ରେ ବିଶ୍ୱ ନାଟ୍ୟ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସମଗ୍ର ବିଶ୍ଵରେ ମଂଚ ନାଟକର ବ୍ୟାପ୍ତି ସହ ନିର୍ଦ୍ଦେଶକ, ନାଟ୍ୟକାର, କଳାକାର, ମଂଚ ସହଯୋଗୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ୧୯୬୨ ମସିହାରୁ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଚଳିତ ବର୍ଷ ନୟାଗଡ଼ର ଦୁଇ ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ଏବଂ ନାଟ୍ୟଧାରା ର ମିଳିତ ସହଯୋଗରେ ସ୍ଥାନୀୟ ନ୍ୟୁ ଜନତା କଂପ୍ଲେକ୍ସ ପରିସରରେ ପାଳିତ ହୋଇଯାଇଛି ବିଶ୍ୱ ନାଟ୍ୟ ଦିବସ। ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନାଚକ୍ର ରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ନୟାଗଡ଼ ପୈାର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନିତ ଅତିଥି ବରିଷ୍ଠ ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ଅଭିନେତା ତଥା ନାଟ୍ୟ ଧାରା ସଂପାଦକ ମି.କାଳିଆ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପରିପ୍ରେକ୍ଷିରେ ନୟାଗଡ଼…
Read Moreଆମ ସଂସ୍କୃତି ଆମ ଖେଳନା କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅନ୍ୟତମ ପୁରାତନ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ର ବିକାଶ ନିମନ୍ତେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଓ ସରୋଜ ସାହୁଙ୍କ ସଂଯୋଜନାକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଢେଇ କାରିଗର ବାସନ୍ତୀ ଦେଇ ତଥା ସରୋଜିନୀ ପଲେଇ କଣ୍ଢେଇ ପ୍ରସ୍ତୁତି ଶୈଳୀ ଏବଂ ଚିତ୍ରଶିଳ୍ପୀ ହରିବନ୍ଧୁ ଦାସ ମାଟି ଖେଳନା ପ୍ରସ୍ତୁତିର ଶୈଳୀ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରାଇଥିଲେ। ଦ୍ଵିତୀୟ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ ଉତ୍ସବ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଇଟାମାଟିର ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ ଏବଂ ସମ୍ମାନିତ ଅତିଥି ରୂପେ ପୁରାତନ ଛାତ୍ର ସଂଗଠନର…
Read Moreନୟାଗଡ଼ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ଦୁଇ ଏଟିଭିଏମ ମେସିନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ୨୦୧୭ ମସିହାରୁ ନୟାଗଡ଼ରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଯାତ୍ରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା କେବଳ ଗୋଟିଏ ମାତ୍ର ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ଥିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ରହୁଥିଲେ। ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆଉ ଏକ ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ନୟାଗଡ଼ ଟାଉନ ଷ୍ଟେସନରେ ଖୋଲିବା ପାଇଁ ରେଳ ବିଭାଗ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା । ମାତ୍ର ବିଳମ୍ବରେ ହେଲେ ସୁଦ୍ଧା ରେଳ ବିଭାଗ ପକ୍ଷରୁ ଷ୍ଟେସନରେ ଦୁଇଟି ସ୍ୱୟଂ ଚଳିତ ଟିକେଟ ଭେଣ୍ଡିଂ ମେସିନ ସ୍ଥାପନ କରାଯାଇଛି। ଏହା ଦ୍ୱାରା ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଏହି ମେସିନ ସାହାଯ୍ୟରେ…
Read Moreନୟାଗଡ଼ର ସତ୍ୟନାରାୟଣ ଜାତୀୟ ସ୍ତରୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ସ୍ତରରେ ଅନୁଷ୍ଠିତ ୪ର୍ଥ ସର୍ବଭାରତୀୟ ମୁଟ କୋର୍ଟ ବା ଛାୟା ଅଦାଲତ ପ୍ରତିଯୋଗିତାରେ ନୟାଗଡ଼ ମାଟିର ପୁଅ ସତ୍ୟ ନାରାୟଣ ରଥ ବାଜିମାତ କରି ଚାମ୍ପିୟାନସ ଟ୍ରଫି ହାସଲ କରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ସୂଚନା ଯୋଗ୍ୟ ଯେ ଶ୍ରୀମାନ ରଥ ବର୍ତ୍ତମାନ ଆଇଆଇଟି ଖଡ଼ଗପୁର ଅଧିନସ୍ଥ ରାଜୀବ ଗାନ୍ଧୀ ସ୍କୁଲ ଅଫ ଇଣ୍ଟେଲେକଚୁଆଲ ଲ’ କଲେଜରେ ଆଇନ ବିଷୟରେ ଅଧ୍ୟୟନ କରୁଛନ୍ତି। ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟ, ସିଲିଗୁଡ଼ିଠାରେ ଅନୁଷ୍ଠିତ ଏହି ସର୍ବ ଭାରତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ସର୍ବମୋଟ ୮ଟି ଟିମ ଗଠନ କରାଯାଇଥିଲା। ତେବେ ଶ୍ରୀମାନ ରଥଙ୍କ ନେତୃତ୍ୱରେ ଗଠିତ ଟିମ ପ୍ରତିଯୋଗିତାରେ ବାଜିମାତ କରି ଚମ୍ପିୟାନସ ଟ୍ରଫି…
Read Moreଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଉଦୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା କବି ଗୋଦାବରୀଶ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଦର୍ଶନ ପରିଡ଼ା, ଶିକ୍ଷକ ଲକ୍ଷ୍ମୀଧର ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ରଜେନ୍ଦ୍ର ବାଣ୍ଠ, ଗ୍ରାମ ସଭାପତି ତ୍ରିନାଥ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ମନୋରଞ୍ଜନ ସାହୁ,ସାଗର ନାହାକ,ସୁରେନ୍ଦ୍ର ପଲେଇଙ୍କ ସଙ୍ଗୀତ ପରିଚାଳନାରେ ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବ…
Read Moreରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦିନକୁ ଦିନ ମନୁଷ୍ୟ ସହିତ ପ୍ରକୃତି ପଶୁପକ୍ଷୀ ମଧ୍ୟରେ ହେଉଥିବା ସଂଘର୍ଷ ପ୍ରତି ସଚେତନ କରାଇ ସେମାନଙ୍କ ସୁରକ୍ଷା ସହିତ ନିଜର ସୁରକ୍ଷା ପାଇଁ ବାର୍ତ୍ତା ପ୍ରେରଣ ପ୍ରଦାନ କରାଇବା ପାଇଁ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶାଙ୍କ ସହଭାଗିତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ କର୍ମଶାଳା ଉଦଘାଟନ ହୋଇଥିଲା। ଦୁଇ ତାଲିମ ପ୍ରଦାନ କାରି ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଲଳିତ ମୋହନ ମିଶ୍ରଙ୍କ ଦ୍ଵାରା କର୍ମଶାଳାରେ ୫୨ଜଣ ପୁରୁଷ ମହିଳା ଓ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା। ପଶୁ ପକ୍ଷୀଙ୍କ ଆଜିର ଦିନରେ ଗୁରୁତ୍ୱ ସହିତ…
Read Moreସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ କ୍ଳବ୍ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ସୁରକ୍ଷା, ଗଛର ଉପକାରିତା ଓ ପରିବେଶ ଉପରେ ଅନୁଷ୍ଠିତ ପୋଷ୍ଟର , ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ବାର ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍, ପ୍ରକୃତି ମିତ୍ର, ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁ ତଥା ଶିକ୍ଷାବିତ୍ ସୁକାନ୍ତ କୁମାର୍ ଚୌଧୁରୀ, ବିଦ୍ୟାଳୟର ଆଲୁମିନି ସଭାପତି ଭଗବାନ୍ ଜେନା ଯଥାକ୍ରମେ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବରେ ପ୍ରକୃତି ମିତ୍ର ସୁକାନ୍ତ ଚୌଧୁରୀ ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୃଷ୍ଟି, ଜୀବଜନ୍ତୁଙ୍କ ସୁରକ୍ଷା, ଜଳ…
Read More