ନୟାଗଡ଼, (ନୟାଗଡ଼ ଦର୍ପଣ): ବନମହୋତ୍ସବ ପରିପ୍ରେକ୍ଷୀରେ ନୟାଗଡ଼ ସହରରେ ନବନିର୍ମିତ ୧୭କିମି ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଫଳ ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟନାୟକଙ୍କୁ ନୟାଗଡ଼ ସିଭିଲ ସୋସାଇଟି ଏକ ପ୍ରସ୍ତାବ ପତ୍ର ଦେଇଥିଲେ। ନୟାଗଡ଼ ସହରକୁ ସବୁଜ ବନାନୀରେ ପରିଣତ କରି ପ୍ରଦୂଷଣ ମୁକ୍ତ ସହରର ପ୍ରୟାସ ସ୍ୱରୂପ ଆବେଦନ ପତ୍ରର କିଛି ଘଣ୍ଟା ମଧ୍ୟରେ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବନଖଣ୍ଡ ଅଧିକାରିଣୀ ସମ୍ମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସାରା ଓଡ଼ିଶାରେ ଏକ ଉଦାହରଣ ସୃଷ୍ଟି କରିବାର ସମ୍ଭାବନା ଅଛି। ଏହି ସ୍ୱୀକୃତି ଓ ସହଯୋଗ ପାଇଁ ନୟାଗଡ଼ ସିଭିଲ ସୋସାଇଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବନଖଣ୍ଡ ଅଧିକାରୀଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଥବା ଜଣାପଡ଼ିଛି।
ନୟାଗଡ଼ରେ ନବ ନିର୍ମିତ ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଲାଗିବ ଫଳ ଗଛ
