ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜସ୍ଵ ଅମଲା ସଂଘ ନୟାଗଡ ଜିଲ୍ଲା ଶାଖାର କର୍ମକର୍ତା ସଂଘର ୧୦ ଦଫା ଦାବି ନେଇ ଆଜିଠାରୁ କଳାବ୍ୟାଚ୍ ପିନ୍ଧି ସରକାରୀ କାର୍ଯ୍ୟ କରୁଛନ୍ତି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିବେ । ତଥାପି ଯଦି ଦାବୀ ଗୁଡିକ ପୂରଣ କରିବାରେ ରାଜ୍ୟସରକାର ଅବେହେଳା କରନ୍ତି ତେବେ ଆସନ୍ତା ଜୁଲାଇ ୧୪ରୁ ସଂମ୍ପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ରାଜସ ଅମଲା ସଂଘର ନୟାଗଡ଼ ଜିଲ୍ଲା ଶାଖାର ସଭାପତି ରୋଶନୀ ରାଣୀ ଦେବୀ କହିଛନ୍ତି।
ସୂଚନା ମୁତାବକ, ଅମଲା ସଙ୍ଘର ୧୦ଦଫା ଦାବି ମଧ୍ୟରୁ
ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ ଅମଲାଙ୍କ ମୂଳ ଦରମା ଓ.ଆର୍.ଏସ୍.ପି-୨୦୧୭ ନିୟମ ଅନୁଯାୟୀ ଲେବଲ୍ ୯କୁ ବୃଦ୍ଧି।
ଜିଲ୍ଲାରେ ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ,
ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ସ୍ୱାସ୍ଥ୍ୟବୀମା ଲାଗୁ କରିବା ସହିତ ୧୯୯୦ ମସିହାର ପୁନଃଥଇଥାନ ଯୋଜନାର ନିୟମାବଳୀ ଲାଗୁ କରି ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଯୋଗ୍ୟତା ଭିତିରେ ସରକାରୀ ଚାକିରୀ ପ୍ରଦାନ।
ରାଜସ୍ୱ ଅମଲାଙ୍କୁ ଶତପ୍ରତିଶତ ପଦୋନ୍ନୀତି।
ପୁରୁଣା ପେନସନ୍ ଯୋଜନା ଲାଗୁ କରିବାକୁ ଓଡିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ରାଜ୍ୟସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
କିନ୍ତୁ ଦୀର୍ଘ ଦିନ ଧରି ରାଜସ ଅମଲାଙ୍କ ଦାବିଗୁଡିକ ସରକାର ପୂରଣ କରୁନଥିବାରୁ ରାଜସ ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଜିଲ୍ଲାଶାଖାର ଉପ-ସଭାପତି ଶ୍ରୀ କୈଳାସ ଚନ୍ଦ୍ର ଓଝା କହିଛନ୍ତି ।