ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନିଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ବାଣୀଧାରା, ପାରାଦ୍ୱୀପର ମୁଖ୍ୟ ଆଇନ ଜୀବ ଗତିକୃଷ୍ଣ ଶତପଥୀ ଙ୍କ ପ୍ରକାଳ୍ପନା ରେ ଅନ୍ତର୍ଜାତୀୟ ମଦକଦ୍ରବ୍ୟ ସେବନ ଓ ଅବେଦ୍ଧ୍ୟ ବ୍ୟବସାୟ ବିରୋଧୀ ଦିବସ ଅବସରରେ ୱାର ଏଗେନେଷ୍ଟ ଡ୍ରଗ ଅବ୍ୟୁଜ (ୱାଦା) ଆନୁକୂଲ୍ୟରେ ଜୟଦେବ ଭବନରେ ରାଜ୍ୟସ୍ତରୀୟ ସ୍ବେଚ୍ଛାସେବୀ ସମ୍ମିଳନୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନ୍ୟାୟମୂର୍ତ୍ତି ପ୍ରମଥ ପଟ୍ଟନାୟକ, ରାଜ୍ୟ ବିଜେପି ଉପ-ସଭାପତି ଗୋଲେକ ପ୍ରସାଦ ମହାପାତ୍ର, ୱାଦାର ସମ୍ପାଦକ ଗତିକୃଷ୍ଣ ଶତପଥୀ ପ୍ରମୁଖ ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତଥା ପ୍ରକୃତି ମିତ୍ର ମା’ ଫାଉଣ୍ଡେସନ, ନୟାଗଡ଼କୁ “ୱାଦା ସୈନିକ ସମ୍ମାନ” ପ୍ରଦାନ କରିଥିବା ବେଳେ ଆଜି ପବିତ୍ର ବାହୁଡା଼ ଯାତ୍ରା ଅବସରରେ ନୟାଗଡ଼ ଠାରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ନୟାଗଡ଼ ରଥ ଦାଣ୍ଡରେ ସଂଗଠନର ସ୍ବେଚ୍ଛାସେବୀ ମାନେ ଅନୈତିକ ଡ୍ରଗ୍ସ୍ ବିରୋଧି ସ୍ଲୋଗାନ ମନ ଦେଇ ଓ ସଚେତନ ଫଳକ ମାଧ୍ୟମରେ ଅନୈତିକ ନିଶା ସେବନର ଅପକାରିତା ବିଷୟରେ ଛାତ୍ର ଏବଂ ଯୁବକ ମାନଙ୍କୁ ସଚେତନ କରାଇ ଥିଲେ। ଏହି ଅବସରରେ ରଥଦାଣ୍ଡରେ ବହୁ ଯୁବକ, ଛାତ୍ର-ଛାତ୍ରୀ ଯୋଗ ଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ର ବିଭିନ୍ନ ସ୍ବେଚ୍ଛାସେବୀ ଏବଂ ବୁଦ୍ଧିଜୀବି ମାନେ ଯୋଗ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ ଦାମ ସାର୍, ଗୋପୀନାଥ ସେଠୀ,ଦେବେନ୍ଦ୍ର ପରମଗୁରୁ, ପ୍ରତାପ ଷଡ଼ଙ୍ଗୀ, ବିପ୍ଳବ ସତ୍ୟସୁନ୍ଦର ଦାସ,ଅଧ୍ୟାପିକା ନୀଳିମା ନନ୍ଦ, ଶିକ୍ଷୟତ୍ରୀ ସଂଘମିତ୍ରା ସ୍ୱାଇଁ, ଶିକ୍ଷୟତ୍ରୀ ଜ୍ୟୋସ୍ନାମଇ ପ୍ରଧାନ, ସରସ୍ବତୀ ମହାପାତ୍ର, ଉର୍ମିଳା ଗନ୍ତାୟତ,ଗୋକୁଳି ଷଡ଼ଙ୍ଗୀ, ରେଡକ୍ରସ ଭଲେଣ୍ଟର୍ ମୁଖ୍ୟ ବିଭୂତି ଭୂଷଣ ପଟ୍ଟନାୟକ, ସମାଜସେବୀ ସ୍ନିଗ୍ଧା ପଟ୍ଟନାୟକ, ସୁଜାତା ତ୍ରିପାଠୀ, ବିଜୟାନନ୍ଦ ମହାପାତ୍ର, ଚିନୁ ଭାଟ, ରବି ଖୁଣ୍ଟିଆ, ବାପି ସାହୁ, ପ୍ରକାଶ ପ୍ରଭୃତି ଯୋଗ ଦେଇଥିଲେ। ମା’ ଫାଉଣ୍ଡେସନର ସମ୍ପାଦକ ରଞ୍ଜନରଶ୍ମି ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।