ନୟାଗଡ଼ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟଙ୍କୁ ପଞ୍ଚାୟତ ଆଡଭାନସ ଇଣ୍ଡେକ୍ସ, ପଞ୍ଚାୟତର ୱସୁପରିଚାଳନା ଉପରେ ତାଲିମ ଦିଆଯାଇଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷକ ବ୍ୟକ୍ତିତ୍ୱ ଏବଂ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମାଛକୁଣ୍ଡ, ଆସିଷ୍ଟଣ୍ଡ ଡାଇରେକ୍ଟର ସନ୍ତୋଷ କୁମାର ପାତ୍ର, ମୋଟେଭେସନାଲ ସ୍ପିକର ଏ.କେ ମଙ୍ଗରାଜ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା. ବସନ୍ତ ବେହେରା, ନୂଆଗାଁ ବ୍ଲକ ଏବିଡିଓ ସ୍ୱଦେଶ ରଞ୍ଜନ ଶତପଥି, ଶିଶୁ ସୁରକ୍ଷା ଅଧିକାରୀ ସତ୍ୟରଞ୍ଜନ ଦାଶ, ଡିପିଓ ମଧୁସୁଦନ ମହାରଣା ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ଶେଷରେ କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର କୁଇଜ ପଚାରି ଅତିଥିଙ୍କ ଦ୍ୱାରା ସରପଞ୍ଚଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts