ରଣପୁରର ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବାଚସ୍ପତି

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳରେ ପ୍ରାୟ ୧୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଅଛି। ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଏହି ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମସ୍ତ ସ୍ଥାନକୁ ବୁଲି ଦେଖିଲେ। ତାଙ୍କ ସହିତ କ୍ଷୁଦ୍ର ଜଳସେଚନର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ଏବଂ ବର୍ଷା ଦିନ ପୂର୍ବରୁ କିଭଳି ଏହିସବୁ ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବାଉଁଶିଆ ନାଳ ଚେକ୍ ଡ୍ୟାମ୍ ଖଣ୍ଡିସି, ଘିଡିଘିଡ଼ିଆ ନାଳ ଚେକ୍ ଡ୍ୟାମ୍, ୱାଇଁଲୋ, ଗୋପାଳପୁର, ତେନ୍ତୁଳି ପୁଟ ଚେକ୍ ଡ୍ୟାମ୍ ନରସିଂହପୁର, ଭଗବତୀ ବନ୍ଧ ଚେକ୍ ଡ୍ୟାମ୍ ଏବଂ ଅନ୍ୟ ଚେକ୍ ଡ୍ୟାମ୍ ଗୁଡ଼ିକର ସ୍ଥିତି ପରଖିଥିଲେ। ଏହି ଚେକ୍ଡ୍ୟାମ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଚାଷୀମାନେ ଉପକୃତ ହେବେ। ବାଚସ୍ପତି ଏହି ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିବା ସମୟରେ ତାଙ୍କ ସହିତ ପ୍ରଫୁଲ୍ଲ ମହାପାତ୍ର, ପରେଶ ମିଶ୍ର, ଜୟନ୍ତ ନାୟକ, ନିର୍ମଳ ମତ୍ତଗଜସିଂହ, ଭରତ ରଣସିଂହ, ଅଭିଷେକ ସାମନ୍ତରାୟ, ଗଣେଶ୍ୱର ମାନ୍ଧାତା, ଭାସ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related posts