ଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ
ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ମାଟ୍ରିକ ଟପର ଆଶିଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ଜଜସିପ ପ୍ରଶାସନିକ ଦାୟିତ୍ୱ ରେ ଥିବା ଓଡିଶା ଉଚ୍ଚନ୍ୟାୟାଳୟ ନ୍ୟାୟାଧୀଶ ଜଷ୍ଟସ ଚିତ୍ତରଞ୍ଜନ ଦାଶ ଯୋଗଦେଇ ଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜଷ୍ଟିସ ଦାଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରଦୀପ ପ୍ରଜ୍ଜଳନ କରିଵା ପରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ ସମ୍ପାଦକ ସ୍ବଦେଶ ମିଶ୍ର ଜଷ୍ଟିସ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରି ଶ୍ରଦ୍ଧା ଉପହାର ପ୍ରଦାନ କରିଥିଲେ। ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ହାସଲ କରି ଜିଲ୍ଲରେ ଟପ୍ପର ଏବଂ ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିବା ଯୁବ ଆଇନଜୀବୀ ସୁରେଶ କୁମାର ପ୍ରଧାନଙ୍କ ସୁପୁତ୍ର ଆଶିଷ ପ୍ରଧାନଙ୍କୁ ଜଷ୍ଟିସ ଦାଶ ଉତ୍ତରୀୟ ଦେଇ ସମ୍ବର୍ଦ୍ଦିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ ଆନନ୍ଦ ନାରାୟଣ ମହାରଣାଙ୍କ ସମେତ ଜିଲ୍ଲାକୋର୍ଟର ସମସ୍ତ ବରିଷ୍ଠ ବିଚାରପତି, ଡିଏଲଏସଏ ସଚିବ, ଜିଲ୍ଲାର ପ୍ରତ୍ୟେକ କୋର୍ଟ ବିଚାରପତି ଗଣ ଏବଂ ଜିଲ୍ଲା ଓକିଲ ସଙ୍ଘର ସମସ୍ତ ସଦସ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଭରପୁର ଉପଭୋଗ କରିଥିଲେ। ସଂଘର ଉପସଭାପତି ସନ୍ତୋଷ ରାଉତରାୟ,  ସହ ସମ୍ପାଦକ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ବିଶ୍ୱେଶ ରଞ୍ଜନ ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts