ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁବାଟିକା ବିଭାଗ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟର ତୃତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ତପସ୍ଵିନୀ ଓଝା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଧାନାଚାର୍ଯ୍ୟ ପ୍ରକାଶ ଜୀବନ ପାଳ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଆଜିର ବିଷୟ ଶିଶୁର ରୋଗ ଏବଂ ତା’ର ଚିକିତ୍ସା ଉପରେ ଶିଶୁର ମାତାପିତାଙ୍କୁ ବିସ୍ତାରିତ ରୂପରେ ଧାରଣା ଦେଇଥିଲେ । ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ, ସୋପାନ ବିଷୟକୁ ନେଇ ନୃତ୍ୟ, ପ୍ରାୟୋଗିକ (ଜ୍ଞାନାତ୍ମକ ପାଠ, ବୁଟ, ମଟର ସିଝା ) କରାଯାଇଥିଲା । ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ବାଲନାଟ୍ୟ କରାଯାଇଥିଲା ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଅଶୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଶିଶୁବାଟିକା ପ୍ରମୁଖ ଟୁନି ଗୁରୁମା ପ୍ରାତଃ ପର୍ଯ୍ୟାୟ ସମସ୍ତ ଗୁରୁମା ଏବଂ ସେବିକାଙ୍କ ସହଯୋଗରେ ସମ୍ପନ୍ନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପାଖାପାଖି ୬୫ଜଣ ଅଭିଭାବକ ଉପସ୍ଥିତ ଥିଲେ।

Related posts