ଜାଗରଯାତ୍ରା ଉପଲକ୍ଷେ ସାମାଜିକ ସେବା କାଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): ଭାରତୀୟ ଜୁନିଅର୍ ରେଡ କ୍ରସ୍ ସଂସ୍ଥା, ଓଡିଶା ଶାଖା ନୟାଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ଆନୁକୁଲ୍ୟରେ ଜାଗରଯାତ୍ରା ଉପଲକ୍ଷେ ଲଡୁବାବା ପୀଠ, ଶରଣକୁଳଠାରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଜଳଛତ୍ର ଆୟୋଜନ କରାଯାଇଥିଲା ।ମାନ୍ୟବର ସାଂସଦ,ପୁରୀ ଶ୍ରୀଯୁକ୍ତ ସମ୍ବିତ୍ କୁମାର ପାତ୍ର ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥାକୁ ସାଧୁବାଦ୍ ଜଣାଇ ନିଜେ ଜଳଛତ୍ର ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ଏହାକୁ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ସନ୍ୟାସୀ ପ୍ରଧାନ ଏବଂ କାଉନସିଲର ଶ୍ରୀଯୁକ୍ତ ଘନଶ୍ୟାମ ରାଉତ, ନିରଞ୍ଜନ ପ୍ରଧାନ, ମାନସ କୁମାର ସାହୁ,ଦାମୋଦର ସାହୁ, ଦେବରାଜ ସ୍ଵାଇଁ ଓ ପରମାନନ୍ଦ ଦଳାଇ ସାହାଯ୍ୟ ସହଯୋଗ କରିଥିଲେ।ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ଜୁନିଅରମାନେ ସେବା ପ୍ରଦାନ କରି ଏହିକାର୍ଯ୍ୟ କ୍ରମକୁ ସଫଳ କରିଥଲେ ଏବଂ ଲଡୁବାବା ମନ୍ଦିର କମିଟିର କର୍ମକର୍ତ୍ତା ଉଚ୍ଚ ପ୍ରଶଂସା କରିଥିଲେ। ଏହିସଂସ୍ଥା ବିଶ୍ୱରେ ଏକମାତ୍ର ଯାହାକି ସେବା ପ୍ରଦାନ କରି, ସ୍ୱାସ୍ଥ୍ୟର ଉନ୍ନତି କରିବା ସଙ୍ଗେ ସଙ୍ଗେ ବନ୍ଧୁତା ସ୍ଥାପନ କରିପାରୁଛି । ଏହିସଂସ୍ଥାର ମୂଳଲକ୍ଷ୍ୟ ସ୍ବାସ୍ଥ୍ୟ, ସେବା, ବନ୍ଧୁତା।

Related posts