ନୟାଗଡ଼ ଅଗ୍ନିଶମ କେନ୍ଦ୍ର ପରିସରରେ ବନ ମହୋତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଜଜ୍ ରୂପଶ୍ରୀ ଚୈାଧୁରୀ, ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର, ରେଜିଷ୍ଟାର ଚିତ୍ତରଞ୍ଜନ ମିଶ୍ର, ମହିଳା କୋର୍ଟ ବିଚାରପତି ବର୍ଣ୍ଣାଳୀ ତ୍ରିପାଠୀ, ଜେଏମ୍ଏଫ୍ସି ମୋନାଲିସା ଦାଶ, କୋର୍ଟ ପରିଚାଳକ ସଂଗ୍ରାମ କେଶରୀ ଜେନା ପ୍ରମୂଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

୭୨ତମ ବନମହୋତ୍ସବ ଅବସରରେ ଆଜି ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ବିଭାଗର ମୁଖ୍ୟ ଠାକୁର ପ୍ରସାଦ ଦଳେଇ, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଏବଂ ଆଗ୍ନିକ କର୍ମଚାରୀଙ୍କ ସହ ବନ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Related posts