ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣାରେ ନବ କିଶୋର ସେନାପତିଙ୍କ ମୃତ୍ୟୁ ହୋଇଥିବା ନେଇ ନବକିଶୋରଙ୍କ ବଡ଼ଭାଇ ସୁଦର୍ଶନ ସେନାପତି ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଥାଉକି ନୟାଗଡ ଜିଲ୍ଲା ରଣପୁର ଥାନା ଗମ୍ଭାରୀଖୋଲ ଗ୍ରାମର ପରିକ୍ଷିତ ସେନାପତିଙ୍କ ପୁଅ ନବକିଶୋର ସେନାପତି ଭଣଜା ବିବାହରେ ଯୋଗଦେବା ପାଇଁ ମସ୍କାବାରୀ ଗ୍ରାମକୁ ଆସିଥିଲେ। ଗତକାଲି ରାତ୍ର ୧୦ଟା ସମୟରେ ମସ୍କାବାରୀ ଗ୍ରାମରୁ ଭଣଜା ବିବାହ ବରଯାତ୍ରୀରେ ଏକ ମୋଟର ସାଇକେଲ OD 25 3017ନମ୍ବର ଗାଡ଼ିରେ ମହିପୁର କଲ୍ୟାଣ ମଣ୍ଡପ ଅଭିମୁଖେ ଯାଉଥିବା ବେଳେ ସମ୍ପଡା-ମାଇଛେଳି ରାସ୍ତା ମଧ୍ୟରେ ପଛରୁ ଆସୁଥିବା ଆଉ ଏକ ମୋଟର ସାଇକେଲ OD 02 BR 2191 ଧକ୍କା ଦେବାରୁ ନବକିଶୋର ଆଗରେ ଯାଉଥିବା ବାଇକରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ନବକିଶୋର ସେନାପତିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ନୂଆଗାଁ ଥାନାରେ ନବକିଶୋରଙ୍କ ବଡ଼ଭାଇ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ସବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥବା ସୂଚନା ମିଳିଛି।
ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଥାନାରେ ଲିଖିତ ଅଭିଯୋଗ
