ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ରହିଥିବା ଉଠା ଦୋକାନୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ୫ଦିନ ବ୍ୟାପି ଚାଲିଥିବା କର୍ମଶାଳା ସୋମବାର ସିଧେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇ ଯାଇଛି। ସହରରେ ଥିବା ସମୁଦାୟ ୭୨୩ ଉଠା ଦୋକାନୀଙ୍କ ମଧ୍ୟରୁ ୪୯୦ ଜଣ ଉଠା ଦୋକାନୀ ତାଲିମ ପାଇଥିଲେ। କେନ୍ଦ୍ର ସରକାର ଏହି ଯୋଜନାରେ ବ୍ୟାଙ୍କ ଲୋନ ଯୋଗାଇ ଦେବେ। ତେବେ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ଅଫ ବରୋଦା, ଆଇଡ଼ିବିଆଇ, ଲିଡ଼ ବ୍ୟାଙ୍କର ମ୍ୟାନେଜେର, କଉଁସିଲର ଜାନକୀ ବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଗଠିକା ଇନ୍ଦୁମତୀ ପରିଡା, ସୁନୀଲ ହୋତା, ସଂଜୀ ବିଶ୍ୱାଳ, ସୁଶାନ୍ତ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।
Related posts
-
ରୋଟାରୀ କ୍ଳବ୍ ର ନୂଆ ଆମ୍ବୁଲାନ୍ସ ସେବା ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ... -
ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ଅମ୍ରିତ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ
December 1, 2024 Jajati Comments Off on ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ଅମ୍ରିତ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏଥିରେ ଜୁନିଅର... -
ସ୍ୱାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଡ଼ ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ବତ୍ସ ଜେନା ମୃତ୍ୟୁ ବରଣ କରିଛନ୍ତି। ବତ୍ସ...