ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏଥିରେ ଜୁନିଅର ବିଭାଗରେ ଅମ୍ରିତ ପ୍ରଧାନ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଗତ ଦୁଇଦିନରେ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି। ଜୁନିଅର ବିଭାଗରୁ ଅମ୍ରିତ ପ୍ରଧାନଙ୍କ ସମେତ ଚିତ୍ତରଞ୍ଜନ ଦାସ, ସ୍ୱସ୍ତିକ ମହାପାତ୍ର,ଶଙ୍କର ମାହାତୋ,ଆୟସ୍କନ୍ତ ମହାପାତ୍ର ଏବଂ ସିନିଅର ବିଭାଗରୁ ଜିତେନ୍ଦ୍ରଙ୍କ ସମେତ ଜୟପ୍ରକାଶ ବଇରୀଗଞ୍ଜନ,ଦିବାକର ନାୟକ, ସ୍ୱୟଂପ୍ରକାଶ ସାହୁ ଏବଂ ପ୍ରକାଶ ନାରାୟଣ ଦାଶ ପ୍ରମୁଖ ପୁରସ୍କୃତ ହୋଉଛନ୍ତି। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଚେସ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ କେସି କ୍ଳବ ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବିଜୟୀ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ତାପସ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, ଉପସଭାପତି ବାଲାରସେନ ପାତ୍ର ଏବଂ ମିଡିଆ ସଂଯୋଜକ ଲକ୍ଷ୍ମୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ।
Related posts
-
ରୋଟାରୀ କ୍ଳବ୍ ର ନୂଆ ଆମ୍ବୁଲାନ୍ସ ସେବା ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ... -
ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତ
December 2, 2024 Jajati Comments Off on ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ରହିଥିବା ଉଠା ଦୋକାନୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ୫ଦିନ ବ୍ୟାପି ଚାଲିଥିବା କର୍ମଶାଳା ସୋମବାର... -
ସ୍ୱାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଡ଼ ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ବତ୍ସ ଜେନା ମୃତ୍ୟୁ ବରଣ କରିଛନ୍ତି। ବତ୍ସ...