ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଏକାଦଶତମ କୃଷି ଗଣନା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏକାଦଶତମ କୃଷି ଗଣନାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ପାଇଁ ୧୧୫ଗୋଟି ନମୁନା ଗ୍ରାମର ତାଲିକା ପ୍ରସ୍ତୁତ କରାଯାଇଛି । ନମୁନା ଗ୍ରାମର ସମସ୍ତ ଚାଷଜମିର ତଥ୍ୟ ଯଥା- ନାମମାତ୍ର ଚାଷୀ, କ୍ଷୁଦ୍ରଚାଷୀ, ଅର୍ଦ୍ଧ ମଧ୍ୟମଚାଷୀ, ମଧ୍ୟମଚାଷୀ ଓ ବଡ଼ଚାଷୀ ବ୍ୟବହାର କରୁଥିବା ବିଭିନ୍ନ କୃଷି ଉପାଦାନ ସମ୍ବନ୍ଧୀୟ ତଥ୍ୟ ଯଥା-ରାସାୟନିକ ସାର,ଅଧିକ ଉତ୍ପାଦନକ୍ଷମ ବିହନ, କୀଟନାଶକ ଔଷଧ, ଗୋବର, କମ୍ପୋଷ୍ଟ ଖତ,ଜୈବିକ ସାର, କୃଷି ସମ୍ବନ୍ଧୀୟ ଯନ୍ତ୍ରପାତି ଓ ଉପକରଣ , କୃଷିଋଣ, ମୃତିକା ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ,କୃଷି ସମ୍ବନ୍ଧୀୟ ନେଇଥିବା ତାଲିମ ଇତ୍ୟାଦି ତଥ୍ୟ ଗଣନାକାରୀ ସର୍ଭେରେ ଦର୍ଶାଇବେ । ଗଣନା କାର୍ଯ୍ୟରେ ତିନୋଟି ବିଭାଗର ଯଥା-ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ,କୃଷି ଓ ସଶକ୍ତିକରଣ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗର ଗଣନାକାରୀଙ୍କ ଦ୍ୱାରା କରାଯିବ ବୋଲି ଉପ ନିର୍ଦ୍ଦେଶକ, ଯୋଜନା ପ୍ରକାଶ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସହ ଅନ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
Related posts
-
ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ... -
ନୟାଗଡ଼ରେ ନୂଆ ଓଡ଼ିଶା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ନୂଆ ଓଡ଼ିଶା ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ... -
ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀ
December 8, 2024 Jajati Comments Off on ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ...