ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ, ଅଣସଂଗଠିତ ଶ୍ରମିକମାନଙ୍କୁ ସଶକ୍ତ କରିବା ନିମନ୍ତେ ଏବଂ ତାଙ୍କର ପାରିବାରିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ଦ୍ୱି-ପାକ୍ଷିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭୫ଜଣ ଆବେଦନକାରୀଙ୍କୁ ସର୍ବମୋଟ୍ ଟ.୬୮,୬୩,୮୦୦/-ର ସହାୟତା ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ୪ଜଣଙ୍କୁ ବିବାହକାଳୀନ ସହାୟତା ବାବଦରେ ଟ.୨୦୦,୦୦୦/-, ୨୮ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୫୬,୦୦,୦୦୦/-, ୨୨ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ବାବଦରେ ଟ.୧୧୦,୦୦୦/- ଏବଂ ୧୭ଜଣ ହିତାଧିକାରୀଙ୍କ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା ସହାୟତା ବାବଦରେ ଟ.୧୫୩,୮୦୦/- ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତିତ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ୪ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୮୦୦,୦୦୦/-ର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଭାରପ୍ରାପ୍ତ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚିତ୍ତରଂଜନ ରାଉତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେବା ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ସତ୍ୟବ୍ରତ ପାଇକରାୟ, ଅନିଲ କୁମାର ମହାରଣା, ପ୍ରକାଶ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
Related posts
-
ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ... -
ନୟାଗଡ଼ରେ ନୂଆ ଓଡ଼ିଶା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ନୂଆ ଓଡ଼ିଶା ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ... -
ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀ
December 8, 2024 Jajati Comments Off on ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ...