ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ତା.୧୫.୧୧.୨୦୨୪ରିଖ ଦିନ ଟାକରା ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ପରିସରରେ ପାଳନ କରାଯିବା ନିମନ୍ତେ ନୟାଗଡ଼ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଆବା(ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଳନ ଅବସରରେ ତା. ୧୫.୧୧.୨୦୨୪ରିଖ ଠାରୁ ତା.୨୬.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜନଜାତି ବହୁଳ ମୋଟ ୧୧୩ଟି ଗ୍ରାମରେ ପର୍ଯ୍ୟାୟକ୍ରମେ ପ୍ରଶାସନ ତରଫରୁ ଗ୍ରାମସଭାମାନ କରାଯିବ । ଏଥିରେ ଦଶପଲ୍ଲା ବ୍ଲକର ୧୧୦ଟି ଗ୍ରାମ, ନୂଆଗାଁ ବ୍ଲକର ୨ଟି ଗ୍ରାମ ଏବଂ ଗଣିଆ ବ୍ଲକର ୧ଟି ଗ୍ରାମ ସର୍ବମୋଟ ୧୧୩ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଧରିତ୍ରୀ ଆବା(ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଳନ ଅବସରରେ ଟାକରା ଉଚ୍ଚ ବିଦ୍ୟାଳୟରେ ବିଭାଗୀୟ ଷ୍ଟଲ ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।