ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ସିଦ୍ଧପୁରୁଷ ବାବା ରାମଦାସଙ୍କ ୭୪ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଗଣିଆ ନିକଟସ୍ଥ ମଣିଭଦ୍ରା ପାହାଡ଼ ପାଦଦେଶରେ ମା କଳାପାଟ ଠାକୁରାଣୀଙ୍କ ପବିତ୍ର ପୀଠରେ ଆସନ୍ତା ତା.୦୪.୧୨.୨୦୨୪ରିଖ ଠାରୁ ତା.୦୭.୧୨.୨୦୨୪ରିଖ ଚାରିଦିନ ଧରି ହେବାକୁ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତହସିଲଦାର ଗଣିଆ ଏବଂ ଦଶପଲ୍ଲା, ବିଡିଓ ଗଣିଆ, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ଟ୍ରଷ୍ଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ମହାଯଜ୍ଞଟି ସମସ୍ତଙ୍କ ସହଯୋଗରେ କିପରି ସୂଚାରୁ ରୂପେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ନିତି ନିର୍ଦ୍ଧାରଣ କରାଯାଇଥିଲା ।
କଳାପାଟଠାରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ନୟାଗଡ଼ରେ ପ୍ରସ୍ତୁତି ବୈଠକ
