ଦତ୍ତପନ୍ତ ଠେଙ୍ଗଡ଼ିଙ୍କର ଜନ୍ମଜୟନ୍ତୀ ପାଳନ କଲା ସ୍ୱଦେଶୀ ଜାଗରଣ ମଞ୍ଚ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ତରଫରୁ ରାଷ୍ଟ୍ରରୁଷି ଦତ୍ତପନ୍ତ ଠେଙ୍ଗଡ଼ିଙ୍କର ଜନ୍ମଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସମ୍ମିଳନୀ କରିବାସହ ଜିଲ୍ଲାପାଳ ଅଫିସରୁ ଏକ ସ୍ଵଦେଶୀ ସନ୍ଦେଶ ଯାତ୍ରା ବାହାରି ହୋଟେଲ ନୀଳମାଧବ ପର୍ଯ୍ୟନ୍ତ ସନ୍ଦେଶ ଯାତ୍ରା ମାଧ୍ୟମରେ ସାଧାରଣ ଲୋକ ମାନଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ସ୍ୱଦେଶୀ ପତ୍ରିକା ବାଣ୍ଟିବା ସହ ସଚେତନ କରାଯାଇଥିଲା । ରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସମ୍ମିଳନିକୁ ତରଙ୍ଗ ମାଧ୍ୟମରେ ଯୋଗଦେବେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ରବିଶଙ୍କର ଜି ଅଖିଳ ଭାରତୀୟ। ସମନ୍ଵୟକ ଶ୍ରୀ ଭଗବତୀ ପ୍ରକାଶ ଶର୍ମା ଜି, ସ୍ୱଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଯୋଜକ ଆର ସୁନ୍ଦରମ ଜି ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଦତ୍ତପନ୍ତ ଠେଙ୍ଗଡ଼ିଙ୍କ ଜୀବନ ଉପରେ ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ ଯେ ଦତ୍ତପନ୍ତ ଠେଙ୍ଗଡ଼ି ସବୁବେଳେ କହୁଥିଲେ ମଣିଷକୁ ପଙ୍ଗୁ ଏବଂ ଅର୍ଥବ କରୁଥିବା ଦାରିଦ୍ର୍ୟ ଲୋପ ପାଉ, କେବଳ ଜୀବିକା ପାଇଁ ଜୀବନଧାରଣ କରିବାକୁ ନପଡ଼ୁ, ଖାଦ୍ୟ ମଣିଷକୁ ନଖାଇଯାଉ ।ସାରା ଜୀବନ ସଂଘର୍ଷ କରିଥିବା ମହାଯୋଦ୍ଧା ଦତ୍ତପନ୍ତ ଠେଙ୍ଗିଡ଼ି ୧୪ଅକ୍ଟୋବର ୨୦୦୪ରେ ପୁନାଠାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଅନେକ ବର୍ଷରେ ଥରେ ଥରେ ଏପରି ପ୍ରତିଭାବାନ୍ ବ୍ୟକ୍ତିତ୍ୱ ବିଶ୍ଵକୁ ଆସିଥାଆନ୍ତି।ନୟାଗଡ଼ ଜିଲ୍ଲା ତରଫରୁ ହେଉଥିବା କାର୍ଯ୍ୟକ୍ରମରେ ୩୦୦ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ମୁଖ୍ୟ ଅତିଥିଭାବେ ଡ ଉମାକାନ୍ତ ତ୍ରିପାଠୀ, ମୁଖ୍ୟବକ୍ତାଭାବେ ଡ଼ଃ ମଳୟ ରଞ୍ଜନ ପଣ୍ଡା ଓ ଜିଲ୍ଲା କାର୍ଯ୍ୟବାହୀ ଭଗବାନ ଦେହୁରୀ, ସମାଜସେବୀ ସନ୍ତୋଷ ପ୍ରଧାନ, ଗୋଦାବରୀଶ ସାହୁ, ଜିଲ୍ଲା ସଂଯୋଜକ ହୃଷୀକେଶ ବାରିକ, ଅଭୟ ପ୍ରସାଦ ଜେନା ପୂର୍ଣ୍ଣ କାଳୀନ ଉପସ୍ଥିତ ଥିଲେ। ପରିଶେଷରେ ଜିଲ୍ଲା ସଂଯୋଜକ ହୃଷୀକେଶ ବାରିକ ଧନ୍ୟବାଦ ଅର୍ପଣ  କରିଥିଲେ।

Related posts