ୟୁନିଟେକ ମହାବିଦ୍ୟାଳୟରେ ‘ଔଷଧର ଦୁର୍ବ୍ୟବହାର ଓ ନିଶା ନିବାରଣ” ଉପରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ”, ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ  “Awareness programme on Drug Abuse and De – addiction ” “ଔଷଧର ଦୁର୍ବ୍ୟବହାର ଓ ନିଶା ନିବାରଣ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ନୟାଗଡ ସ୍ଥିତ ୟୁନିଟେକ ଯୁକ୍ତତିନ ମହାବିଦ୍ୟାଳୟଠାରେ ପାଳନ କରାଯାଇଅଛି। ଏହାକୁ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଦଣ୍ଡପାଣି ପାତ୍ର, ଅବକାରୀ ବିଭାଗର କର୍ମଚାରୀ ଚିନ୍ମୟ ଦଲାଇ, ସୋହମ ସଙ୍ଗଠନର ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ କାର୍ଯ୍ୟକ୍ରମକୁ   ଆରମ୍ଭ କରିଥିଲେ। ଏଥିରେ ସମସ୍ତ ବରେଣ୍ୟ ଅତିଥି ବୃନ୍ଦ “ଔଷଧର ଦୁର୍ବ୍ୟବହାର ଓ ନିଶା ନିବାରଣ ଏବଂ ଛାତ୍ର ଜୀବନ ଓ ସମାଜରେ ଏହାର କୁ-ପ୍ରଭାବ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ। ଏଥିରେ ଉପସ୍ଥିତ  ଛାତ୍ରଛାତ୍ରୀ ଉକ୍ତ ବିଷୟ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରିବା ସହିତ ସେମାନଙ୍କର ପ୍ରଶ୍ନ ଗୁଡିକ ଆଲୋଚନା କରିଥିଲେ। ପରିଶେଷରେ ସୋହମ ସଙ୍ଗଠନର ଉପସଭାପତି ଅନାଦି ଚରଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରଯାଇଥିଲା। ଏଥିରେ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଉଦୟ ନାଥ ନାୟକ, ସୁଶାନ୍ତ କୁମାର ପରିଡା, ରବୀନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ରଥ, ସାମର୍ଥ୍ୟ ଫାଉଣ୍ଡେସନର ସମ୍ପାଦକ ସାରସ୍ଵତ ବିଭୁପଦ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।

Related posts