ନୟାଗଡ଼,(ନୟାଗଡ଼ ଦର୍ପଣ): ବାତ୍ୟା ‘ଦାନା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ଏହା ଉପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ବିଭାଗ ୧୦୦ କୁଇଣ୍ଟାଲ ଚୁଡ଼ା, ଆବଶ୍ୟକୀୟ ଗୁଡ ବାତ୍ୟା ପ୍ରବଣ ଅଂଚଳକୁ ପଠାଯାଇଥିବା ସହ ଭଦ୍ରକ ଜିଲ୍ଲାକୁ ୧ ଟ୍ରକ୍ ଚୁଡ଼ା ପଠାଯିବା କଥା ପ୍ରକାଶ କରିଥିଲେ। ଜିଲ୍ଲାରେ ଆଳୁର ଅଭାବକୁ ଦୃଷ୍ଟିରେ ରଖି ୩ଟ୍ରକ୍ ଆଳୁ ଆସି ପହଁଚିଥିବା କଥା ମଧ୍ୟ ପ୍ରକାଶ କରିଥିଲେ । ସମସ୍ତ ବ୍ଳକରେ ଜରୁରୀ କାଳୀନ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ବ୍ଲକକୁ ଗୋଟିଏ ଗୋଟିଏ ଅଗ୍ନିଶମ ଦଳ ପଠାଯାଇଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ବାତ୍ୟା ପ୍ରବଣ ଅଂଚଳରେ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇ ଲୋକମାନଙ୍କୁ ଆସନ୍ତା କାଲି ମଧ୍ୟାହ୍ନ ୧୨ଘଟିକା ସୁଦ୍ଧା ଜିଲ୍ଲାରେ ଥିବା ୧୭ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ନ ପ୍ରସବା ମହିଳାମାନଙ୍କୁ ଆନୁଷ୍ଠାନିକ ପ୍ରସବ ନିମନ୍ତେ ଡାକ୍ତରଖାନାରେ ନେଇ ରଖିବା, ବୃଦ୍ଧବୃଦ୍ଧା, ଛୋଟ ଶିଶୁମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ। ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କରେ ରନ୍ଧା ଖାଦ୍ୟ ଦିଆଯିବା ସହ ପାନୀୟ ଜଳ, ଅତ୍ୟାବଶ୍ୟକ ଔଷଧ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଥିଲେ । ବାତ୍ୟା ପ୍ରବଣ ଅଂଚଳରୁ ପ୍ରାଣୀ ସଂପଦମାନଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳୀ ନିକଟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ୫ଟି ପଂଚାୟତ ଅତ୍ୟନ୍ତ ବାତ୍ୟା ପ୍ରବଣ ଅଂଚଳ ହୋଇଥିବାରୁ ସେଠାରୁ ଜନସାଧାରଣ ଏବଂ ପ୍ରାଣୀସଂପଦ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ଵ ଆରୋପ କରିଥିଲେ । ରଣପୁର ବିଡିଓଙ୍କ ସହିତ ଏ ବିଷୟରେ ଫୋନରେ ସିଧା କଥାବାର୍ତ୍ତା ହୋଇ power backup ଏବଂ ପାନୀୟ ଜଳର ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରମାନେ ଉପସ୍ଥିତ ଥିଲେ।
Related posts
-
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ... -
ନୟାଗଡ଼ ଜିଲ୍ଳାରେ ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭାରୀଯାନରେ ପରିବହନ ନିଷିଦ୍ଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩... -
ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ...