ଗୌଡ଼ ଥୁଆବାରୀ ଗ୍ରାମରେ ଶହୀଦ ଶ୍ରାଦ୍ଧଦିବସ ପାଳିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ସ୍ବାଧିନତା ସଂଗ୍ରାମର ଅଗ୍ରଗାମୀ ଗୋଡ଼ ଥୁଆବାରୀ ଗ୍ରାମର ପ୍ରବାଦ ପୁରୁଷ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା, ଏନ୍ତୁଡି ଶାଳସାଜିଥିବା ପୂର୍ଣ୍ଣପୀଠ ଗୌଡ଼ ଥୁଆବାରୀ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ୮୩ତମ ପ୍ରଜାମଣ୍ଡଳ ଶହୀଦ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି। ଏହି ଶ୍ରାଦ୍ଧ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ କରିଥିଲେ। ସମାଜସେବୀ ଶଙ୍କର୍ଷଣ ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନରେ କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଦୟା ବେହେରା ପ୍ରମୁଖ ଯୋଗଦେଇ କିପରି ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରି ଜୀବନକୁ କିପରି ବଳିଦାନ ଦେଇଛନ୍ତି ସେ ଉପରେ ବର୍ଣ୍ଣନା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ, ଶହୀଦ କଣ୍ଡୁରୀ ପରିଡ଼ାଙ୍କ ନାତି ସୁଦାମ ପରିଡ଼ା, ଗ୍ରାମ ସଭାପତି ଭରତ ସାହୁ , ଦୁର୍ଯୋଧନ ରାଉତ, ଯୋଗିନଥ ସାହୁ, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସେଠୀ, ମୁଖ୍ୟ ବକ୍ତା ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇ ଶହୀଦ ମାନଙ୍କ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପକ ସନ୍ତୋଷ କୁମାର ସାହୁ। ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଆଦର୍ଶ ଗ୍ରାମ ଥୁଆବାରୀରେ ଥିବା ଶହୀଦ ସ୍ମୃତି ସ୍ତମ୍ଭରେ ତୋପ ସଲାମୀ ଦିଆଯାଇଥିଲା।

Related posts