“ସୋହମ” ପକ୍ଷରୁ ନୟାଗଡ଼ ରେଳ ଷ୍ଟେସନ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ”, ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅଧିନସ୍ଥ  “ସ୍ଵଚ୍ଛତା ହିଁ ସେବା – ୨୦୨୪” ନୟାଗଡ ରେଳ ଷ୍ଟେସନ ଠାରେ ପାଳନ କରାଯାଇଅଛି। ଏଥିରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ସହ ଅନ୍ୟାନ୍ୟ ଅଳିଆ ଓ ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ପ୍ଳାଟଫର୍ମ, ଏହାର ଚତୁର୍ପାର୍ଶ୍ୱ  ଓ ଷ୍ଟେସନର ସମ୍ମୁଖ ଭାଗକୁ ସଫା କରାଯିବା ସହ “ସ୍ବଚ୍ଛତା ହିଁ ସେବା” ସମ୍ପର୍କରେ ଯାତ୍ରୀମାନଙ୍କୁ ସଚେତନ କରଯାଇଥିଲା। ଏଥିରେ ସୋହମ ସଙ୍ଗଠନର ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଉଦୟ ନାଥ ନାୟକ, ଦୁର୍ଜ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ନାୟକ, ରବୀନ୍ଦ୍ର କୁମାର ରାଉତ , ରଘୁନାଥ ଦାଶ, ପ୍ରଶାନ୍ତ କୁମାର ଶତପଥୀ, ସୁଶାନ୍ତ କୁମାର ପରିଡା , ସାରସ୍ଵତ ବିଭୁପାଦ, ରବୀନ୍ଦ୍ର ନାୟକ, ଆଇନଜୀବୀ ରତିକାନ୍ତ ପଟ୍ଟନାୟକ ଓ ସମାଜସେବୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Related posts