ସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶରେ କଲେଜ ମାନଙ୍କରେ “ସୁଭଦ୍ରା” ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି। ଏନେଇ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। “ସୁଭଦ୍ରା ମହିଳା ସଶକ୍ତି କରଣ ପାଇଁ ଏକ ମାଧ୍ୟମ” ଉକ୍ତ ବିଷୟ ବସ୍ତୁକୁ ନେଇ ବକ୍ତୃତା, ଚିତ୍ରାଙ୍କନ, ମୁରୂଜ, ଚିତ୍ରତ୍ତୋଳନ ଆଦି ପ୍ରତିଯୋଗୀତା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଅଧ୍ୟାପିକା ସ୍ମିତା ସ୍ବାଇଁ, ନିବେଦିତା ସାହୁ ଓ ବୈଶାଳୀ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Related posts