ନୂଆଗାଁ, (ନୟାଗଡ଼ ଦର୍ପଣ): ଏବେବି ବଞ୍ଚିରହିଛି ମଣିଷ ପଣିଆ। ପଶୁ ପକ୍ଷୀମାନଙ୍କ ପ୍ରତି ରହିଛି ଅକୁଣ୍ଠ ଭଲ ପାଇବା। ଯାହାକି ପଶୁ କିମ୍ବା ପକ୍ଷୀମାନେ ଆହତ ହେଲେ ଉଦ୍ଧାର କରୁଛନ୍ତି ଚିତ୍ତରଞ୍ଜନ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ଗ୍ରାମର ଚିତ୍ତରଞ୍ଜନ ଖିଲାର (କାଳିଆ। ଉଦ୍ଧାର କରିଛନ୍ତି ଏକ ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ। ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ଦଶପଲ୍ଲାରୁ ଗ୍ରାମକୁ ଫେରୁଥିବା ବେଳେ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଗରୁଡ଼ ପକ୍ଷୀଟିକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଗରୁଡ଼ ପକ୍ଷୀକୁ ଉଦ୍ଧାର କରି ଗ୍ରାମକୁ ଆଣି ଅମୂଲ ମିଶ୍ରିତ ଜଳ ପିଆଇ ଚିତ୍ତରଞ୍ଜନ ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ାଙ୍କୁ ଖବର ଦେଇଥିଲେ। ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ଚିତ୍ତରଞ୍ଜନଙ୍କ ଠାରୁ ଗରୁଡ଼ ପକ୍ଷୀଟିକୁ ଆଣି ନୂଆଗାଁ ପଶୁ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଗରୁଡ଼ ପକ୍ଷୀଟିର ଚିକିତ୍ସା କରିଥଲେ। ପକ୍ଷୀଟି ସୁସ୍ଥ ହେବାପରେ ଗରୁଡ଼ ପକ୍ଷୀକୁ ବନରକ୍ଷୀ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି।
Related posts
-
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ... -
ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣିଲେ ଶିବାନୀ
“ଜିଓମେଟ୍ରିକ ପାର୍କ” ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ନୂଆଗାଁ, (ନୟାଗଡ଼ ଦର୍ପଣ):... -
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
December 14, 2024 Jajati Comments Off on ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲାନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ...