ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଗୁରୁଦିବସ ପାଳନ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ସାହୁ ମା’ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କ ପରିଚୟ ରଖିଥିଲେ। ମୁଖ୍ୟ ଅତିଥି ଗୁରୁଦିବସ ର ମହତ୍ତ୍ୱ, ସମାଜରେ ଗୁରୁଙ୍କ ଭୂମିକା ସମ୍ପର୍କ ରେ ଧାରଣା ଦେଇଥିଲେ। ଶିଶୁର ଶିକ୍ଷାଗ୍ରହଣ ଆରମ୍ଭ ହୁଏ ଶୂନ ରୁ ଆଠ ବର୍ଷ ମଧ୍ୟରେ। ଏହିସମୟ ରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁଦିବସ ର ମହତ୍ୱ ଓ ଏହିଦିବସ ପାଳନ ର ଆବଶ୍ୟକତା ସମ୍ପର୍କ ରେ କହିଥିଲେ। ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନାମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ  ଓ ପ୍ରଧାନାଚାର୍ଯ୍ୟ ଙ୍କ ତତ୍ୱାବଧାନ ରେ ଓ ସମସ୍ତ ଗୁରୁଜୀଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।

Related posts