ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ ତଥା ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ରଥ ଆଜି ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ପ୍ରଥମେ ନୟାଗଡ଼ ଏନଏସିରେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଏନଏସି ହାଇସ୍କୁଲ, ନୟାଗଡ଼ରେ କିରାଣୀ ଚାକିରୀରେ ଯୋଗ ଦେଇଥିଲେ। ଏଠାରେ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରି ଗତ ଫେବ୍ରୁଆରୀ ମାସରେ ପଦୋନ୍ନତି ପାଇ ଜିଲ୍ଲା ଶିକ୍ଷା ବିଭାଗରେ ବରିଷ୍ଠ କିରାଣୀ ଭାବେ ଯୋଗଦାନ କରିଥିଲେ। ଶ୍ରୀଯୁକ୍ତ ରଥ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତିମୟୀ ପ୍ରିୟଦର୍ଶିନୀଙ୍କ ସମେତ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ସାମିଲ ହୋଇ ଶ୍ରୀଯୁକ୍ତ ରଥ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, ପରୋପକାରୀ ତଥା ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ।
Related posts
-
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ... -
ନୟାଗଡ଼ ଜିଲ୍ଳାରେ ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭାରୀଯାନରେ ପରିବହନ ନିଷିଦ୍ଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩... -
ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ...