ଜିଲ୍ଲା ସ୍ତରୀୟ ୨୧ତମ ପ୍ରାଣୀ ଗଣନା ପ୍ରଶିକ୍ଷଣ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ରୋଟାରୀ ଭବନ ଠାରେ ୨୧ତମ ପ୍ରାଣୀ ସମ୍ପଦ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏଥି ସହିତ ପ୍ରାଣୀ ଗଣନା ସମ୍ପର୍କିତ ସଫ୍ଟୱେୟାରର ପରିଚାଳନା ଏବଂ ପ୍ରାଣୀଙ୍କ ପ୍ରଜାତି ବିଷୟରେ କର୍ମଚାରୀ ମାନଙ୍କୁ ତାଲିମ୍ ମଧ୍ୟ ପ୍ରଦାନ କରଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ. ଦେବାଶିଷ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଡା. ଅଭିଜିତ୍ ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତାରେ ଜନ ସହଭାଗୀତାକୁ ଗୁରୁତ୍ଵ ଦେବାକୁ ଉପଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡା. ଦିଲ୍ଲୀପ କୁମାର ଦାସ ଏବଂ ଭାପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଭୁ ପ୍ରସାଦ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ, ପ୍ରତି ପାଞ୍ଚ ବର୍ଷରେ ଭାରତ ବର୍ଷରେ ଦେଶ ବ୍ୟାପୀ ପ୍ରାଣୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ୧୯୧୯ ମସିହାରୁ ଏହି ପ୍ରକ୍ରିୟା ନିରନ୍ତର ଭାବରେ ଚାଲୁଅଛି। ଚଳିତ ୨୧ତମ ପ୍ରାଣୀ ଗଣନା ନିମନ୍ତେ ନୟାଗଡ ଜିଲ୍ଲାରୁ ୭୩ ଜଣ ଗଣନାକାରୀ ଓ ୨୦ଜଣ ତଦାରଖକାରୀ ନିଯୁକ୍ତି ହୋଇଛନ୍ତି । ଗୃହପାଳିତ ଓ ବୁଲା ପଶୁ ପକ୍ଷୀଙ୍କର ଏହି ଗଣନା କାର୍ଯ୍ୟ ସେପ୍ଟେମ୍ବର ୦୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

Related posts