ନୟାଗଡ଼ ଜିଲ୍ଲା ବିକାଶ ପରିଷଦ ତରଫରୁ ଛାତ୍ରଛାତ୍ରୀଙ୍କୁ ଫଳରସ ପ୍ରଦାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନୟାଗଡ଼ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତା ଆଜି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫଳରସ ବଣ୍ଟନ କରିଥିଲେ। ପରିଷଦର ବରିଷ୍ଠ କର୍ମକର୍ତ୍ତା ତଥା ଶିକ୍ଷାବିତ୍ ଅନାଦି ଚରଣ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଯଜ୍ଞଦତ୍ତ ମହାପାତ୍ର ଓ ମୈତ୍ରୀ ଯୁବ ସଂସଦର ସଂପାଦକ ପ୍ରଦୀପ ସାହୁ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀୱାରୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ କରକମଳରେ ଫଳରସ ପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲା ବିକାଶ ପରିଷଦର ଉତ୍ସାହପ୍ରଦ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Related posts