ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନୟାଗଡ଼ ଜବାହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଜବାହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ନିଜସ୍ବ ବ୍ୟାଣ୍ଡ ସହିତ ସଚିବ ଏବଂ ସବଜଜ ଶ୍ରୀ ସତ୍ୟବ୍ରତ ରଣାଙ୍କୁ ସ୍ବାଗତ କରିବା ସହିତ ଉଭୟ ଚାରାରୋପଣ କରି ସବୁଜତାର ବାର୍ତ୍ତା ପ୍ରଦାନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହିତ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ କୁମାର ଦାସ ସ୍ବାଗତ ପ୍ରଦାନ କରିଥିଲେ।

ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ବିଦ୍ୟାଳୟ ସ୍ତରରେ ମୌଳିକ ଆଇନ ଜ୍ଞାନର ଆବଶ୍ୟକତା, ପରିଚ୍ଛନତା, ଶୃଙ୍ଖଳା, ସହଯୋଗ ଏବଂ ଆତ୍ମସମ୍ମାନ ସହକାରେ ଜ୍ଞାନ ଆହରଣ ଉପକାରିତା ବୁଝାଇଥିଲେ । ସବଜଜ ଶ୍ରୀ ସତ୍ୟବ୍ରତ ରଣା ଶିକ୍ଷା ଗ୍ରହଣ ପାଇଁ ବିଭିନ୍ନ ସୁବିଧା ଓ ସୁଯୋଗର ଉପଯୋଗପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ଦଣ୍ଡପାଣି ସ୍ୱାଇଁ ଏବଂ ସଦସ୍ୟ ମହମ୍ମଦ ଓମାର ମାଲିକ ଜାତୀୟତା, ଦେଶ ପ୍ରେମ ଏବଂ ସଂହିତି ଉପରେ ବକ୍ତବ୍ୟ ରଖିଥିଲେ ।ବରିଷ୍ଠ ଆଇନଜିବୀ ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଓଡ଼ିଶାର ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଓ ଆଇନ ସେବା ପ୍ରାଧିକରଣ ଅଧିନିୟମ ଉପରେ ଆଲୋକପାତ କରିଥିଲେ।

ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସମ୍ବିଧାନର ରକ୍ଷା ଏବଂ ଜନସାଧାରଣଙ୍କ ଆଇନଗତ ଅଧିକାର ପ୍ରାଧିକରଣ କର୍ତ୍ତବ୍ୟ ବୋଲି ଦର୍ଶାଇଥିଲେ । ଆଇନଜୀବୀ ଶ୍ରୀ କାମାକ୍ଷା ପ୍ରସାଦ ଦାଶ, ମନସ୍ତତ୍ଵ ଅଧ୍ୟାପିକା ଶ୍ରୀମତୀ ଲିପାଞ୍ଜଳୀ ଉପାଧ୍ୟାୟ ଏବଂ ଜିଲ୍ଲା ସଂଯୋଜିକା ସୂଚିସ୍ମିତା ପ୍ରିୟଦର୍ଶିନୀ ବାଳିକା ସୁରକ୍ଷା ଏବଂ ଶିକ୍ଷା ପ୍ରତି ଆଗ୍ରହ ବୁଝାଇଥିଲେ । ଛାତ୍ର ଓମ ପ୍ରକାଶ ସାହୁ, ଶ୍ରଧେୟ ଚନ୍ଦ୍ର ଦଳେଇ ଏବଂ ଛାତ୍ରୀ ଅଳିସା ସିଂ, ରାଜିକା ସାହୁ ଆଲୋଚନା ଚକ୍ରର ଭାବାର୍ଥ ପ୍ରକାଶ କରିଥିଲେ । ଅଧ୍ୟାପିକା ପୁନମ ଗାଲେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଡ଼ଃ ଦେବେନ୍ଦ୍ର କୁମାର ମିଶ୍ର, ଡ଼ଃ ସୁଜିତ କୁମାର ମିଶ୍ର, ଶ୍ରୀ ହରପ୍ରସାଦ ଓ ରଞ୍ଜିତ କୁମାର ମିଶ୍ର କାର୍ଯ୍ୟକ୍ରମ ରୂପାୟନରେ ସହଯୋଗ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts