ନୟାଗଡ,(ନୟାଗଡ଼ ଦର୍ପଣ): ନବଗଠିତ “ନୟାଗଡ ଜିଲ୍ଲା ଟ୍ରେଡ ୟୁନିୟନ୍ ସମନ୍ବୟ କମିଟି”ର ଦ୍ବିତୀୟ ସାଧାରଣସଭା ନୟାଗଡ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସମ୍ମତିକ୍ରମେ ୧୧ ଜଣିଆ ସ୍ଥାୟୀ ପରିଚାଳନା କମିଟି ମନୋନୟନ କରାଯାଇଥିଲା। ଶ୍ରମିକନେତା ଶୂନ୍ୟଜୟୀ ମିଶ୍ର(ସଭାପତି), ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ(ଉପ-ସଭାପତି), ଯୁବ ସଂଗଠକ ବସୁଦେବ ମହାନ୍ତି (ସାଧାରଣ ସଂପାଦକ), ସମରେନ୍ଦ୍ର ଦାସ(ସହ-ସଂପାଦକ), ରମେଶ ଚନ୍ଦ୍ର ପଣ୍ଡା(କୋଷାଧ୍ୟଖ୍ୟ) ଏବଂ ପ୍ରମୋଦ ମହାରଣା, ରଘୁନାଥ ମହାରଣା, ସଂଜୟ ଦାସ, ସବିତାରାଣୀ ସାଥୁଆ, ପବିତ୍ର ମହାପାତ୍ର, ସନ୍ତୋଷ ନାୟକଙ୍କୁ ଏକଜିକ୍ୟୁଟିଭ୍ ମେମ୍ବରଭାବେ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସୁପରିଚାଳନା, ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସ୍ବାର୍ଥରଖ୍ୟା ଉଦ୍ଦେଶ୍ୟରେ ଏକ ମିଳିତ ଆଲୋଚନା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଡିଏଲଓ ସୁଧୀର କୁମାର ସାହୁ ଦାବିପତ୍ର ଗ୍ରହଣ କରିବାସହ ଆସନ୍ତା ୧୬ତାରିଖ ଅପରାହ୍ନ ୩ଟା ସମୟରେ ଆଲୋଚନା କରିବା ନିମନ୍ତେ କମିଟିକୁ ନିମନ୍ତ୍ରଣ କରିଛନ୍ତି।
Related posts
-
ରୋଟାରୀ କ୍ଳବ୍ ର ନୂଆ ଆମ୍ବୁଲାନ୍ସ ସେବା ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ... -
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୮ରେ ରଣପୁର ବ୍ଲକ ଅଡିସନ
ରଣପୁର,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ... -
ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତ
December 2, 2024 Jajati Comments Off on ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ରହିଥିବା ଉଠା ଦୋକାନୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ୫ଦିନ ବ୍ୟାପି ଚାଲିଥିବା କର୍ମଶାଳା ସୋମବାର...