ନୟାଗଡ଼ରେ ୧୪ତମ ଭାରତୀୟ ଅଙ୍ଗଦାନ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନର କାର୍ଯ୍ୟାଳୟ ଠାରେ ସୋହମ ସଂଗଠନ, ଭାରତ ବିକାଶ ପରିଷଦ, ଅମୂଲ୍ୟ ଫାଉଣ୍ଡେସନ ଓ ନୟାଗଡ ଜିଲ୍ଲା ଅଙ୍ଗଦାନ ସମିତିର ମିଳିତ ଆନୁକୁଲ୍ୟରେ ନଯାଗଡର ବିଶିଷ୍ଠ ସମାଜସେବୀ ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ ୧୪ତମ ଭାରତୀୟ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଅଛି। ଏଥିରେ ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଅମୂଲ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଆଇନଜୀବୀ ମଧୁସ୍ମିତା ଲେଙ୍କା, ନୟାଗଡ ଜିଲ୍ଲା ଅଙ୍ଗଦାନ ସମିତିର ସଂଯୋଜକ ସୁକାନ୍ତ ଚୌଧୁରୀ ଅଙ୍ଗଦାନର ଇତିହାସ ଓ ଏହାର ଉପଯୋଗୀତା, ମନୁଷ୍ୟକୁ ନୂତନ ଜୀବଦାନ ପ୍ରଦାନରେ ଏହାର ଭୂମିକା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ. ସନ୍ତୋଷ କୁମାର ସାହୁ, ଗୋସ୍ଵାମୀ ଦାସ, ସାରସ୍ଵତ ବିଭୁପାଦ, ଅଜୟ କୁମାର ପଟ୍ଟନାୟକ, ପବିତ୍ର ମୋହନ ସାହୁ, ସୂର୍ଯ୍ୟକାନ୍ତ ରଥ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ପରିଶେଷରେ ସୋହମ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ସମସ୍ତଙ୍କୁ ଧନ୍ୟବାଦ କରିଥିଲେ।

Related posts