ସୁଶାନ୍ତ ପାତ୍ରଙ୍କ ‘ଲଡ଼ୁବାବା ପାର କରେଗା’ ଭଜନ ଲୋକାର୍ପିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ବତ ସାଧକ ସୁଶାନ୍ତ ପାତ୍ରଙ୍କ ସୁମଧୁର ଭଜନ ‘ଲଡ଼ୁବାବା ପାର କରେଗା’ ଲୋକାପିର୍ତ ହୋଇ ଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବାଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନୟାଗଡ଼ ନିଜେ ଲେଖକ ସୁଶାନ୍ତ ପାତ୍ର, ସମାଜସେବୀ ଦାମୋଦର ସାହୁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଶିକ୍ଷକ ପରମାନନ୍ଦ ସ୍ବାଇଁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଜୟକୃଷ୍ଣ ସାହୁ, ଯୁବ କବି ନୀଳମାଧବ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ବରିଷ୍ଠ ସାହିତ୍ୟିକ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ବିଶିଷ୍ଟ ସାରସ୍ବତ ସାଧକ ତଥା ଗୁରୁକୁଳ ପବଲିସିଙ୍ଗ ହାଉସର ସତ୍ତ୍ଵାଧିକାରୀ ଡ.ସୁରେଶଚନ୍ଦ୍ର ବରାଡ଼ ପ୍ରଭୁତି ଯୋଗ ଦେଇଥିଲେ। ମହାପ୍ରଭୁ ଲଡ଼ୁବାବାଙ୍କ ଅପାର କରୁଣାରୁ ଗୀତିକାରଙ୍କ ସାରସ୍ବତ ଜୀବନ ଅତି ଉଜ୍ଜ୍ଵଳମୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଶ୍ରାବଣ ମାସରେ କାଉଡ଼ିଆ ମାନଙ୍କର ଲଡ଼ୁବାବା ମନ୍ଦିରକୁ ଆଗମନକୁ ଲକ୍ଷ୍ୟ କରି ଲିଖିତ ଏହି ଭଜନଟିକୁ ଶ୍ରୋତାମାନେ ନିଶ୍ଚୟ ପସନ୍ଦ କରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଅତିଥିମାନେ କବିଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଜୀବନରେ ସଫଳତା ପାଇଁ ପ୍ରଭୁ ଲଡ଼ୁବାବାଙ୍କ ପାଖରେ ପ୍ରାର୍ଥନା କରିଥିଲେ।

Related posts