ରଣପୁର,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସକାଳ ୬ଟାରେ ରଣପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ସେ କହିଥିଲେ ଯେ, ଯୋଗ ଆମର ଦୈନନ୍ଦିନ ଜୀବନଶୈଳୀକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ଓ ସମୃଦ୍ଧ ଜୀବନର ମୂଳ ଆଧାର ହୋଇଥାଏ। ଏହି ଯୋଗ ଶିବିରରେ ପ୍ରାୟ ୧୫୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ବାଚସ୍ପତିଙ୍କ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ବ୍ଲକ ସିଡିପିଓ, କନିଷ୍ଠ ଯନ୍ତ୍ରୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀ, ହକି ଓ ବାସ୍କେଟବଲ ଖେଳାଳି, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ରହି…
Read MoreDay: June 21, 2026
ଅନ୍ତର୍ଜାତୀୟ ଯୋଗ ଦିବସରେ ନୟାଗଡ଼ରେ ଯୋଗ ଶିବିର ଆୟୋଜିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଯୋଗ ଦିବସ ଅବସରରେ ରବିବାର ନୟାଗଡ଼ ଅଟୋନମସ ମହାବିଦ୍ୟାଳୟ ପରିସରରେ ଡାଇମଣ୍ଡ ଜୁବୁଲି ହଲରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଯୋଗ ମହୋତ୍ସବ ସମିତିର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଧିକାରୀ, କର୍ମଚାରୀ ଓ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଯୋଗ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ହାସଲ କରାଯାଇପାରିବ ବୋଲି ବକ୍ତାମାନେ…
Read Moreରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସୁସ୍ଥ ଶରୀର ବିଦ୍ୟାଧ୍ୟୟନରେ ସହାୟକ । ସୁସ୍ଥ ଶରୀର ପାଇଁ ଯୋଗ ଓ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ସୁସ୍ଥ ଶରୀର ସୁସ୍ଥ ମନ ସୃଷ୍ଟି କରେ ଯାହା କି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତି ଜରୁରୀ। ସେଥିପାଇଁ ପ୍ରତି ବିଦ୍ୟାଳୟରେ ଶାରୀରିକ କ୍ରୀଡା ଶିକ୍ଷକ ନିଯୁକ୍ତି କରାଯାଇଛି। ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ସାରିଛି। ରାଜ୍ୟସରକାରଙ୍କ ସୂଚନା କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଙ୍କ ନିର୍ଦେଶରେ ଶାରୀରିକ ଶିକ୍ଷକ ଆଲୋକ ନାୟକ ଓ ସହଯୋଗୀ ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ପ୍ରାୟ ଉପସ୍ଥିତ 37 ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ହତା ପଡିଆରେ ଯୋଗ ଦିବସ ପାଳନ କରାଯାଇଥିଲା। ସମସ୍ତ…
Read Moreବିଶ୍ୱ ଯୋଗ ଦିବସରେ ନୟାଗଡ଼ରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମ ପକ୍ଷରୁ ଯୋଗ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀ ନିକଟସ୍ଥ ମୁନିସିପାଲିଟି ବୁଦ୍ଧ ମଣ୍ଡପ ପରିସରରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର ସହଯୋଗରେ ଶ୍ରୀରଘୁନାଥ ଯୋଗାପୀଠ ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୬ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ଶତାଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମାଜସେବୀ ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିୟମିତ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିବେଦିତା ପତି, ଜିଲ୍ଲାର ୧୫ଟି ଯୋଗ ଶିବିରର ପରିଚାଳକ ଯୋଗଗୁରୁ ପ୍ରତାପ ରଣଶିଙ୍ଗ, ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର କନଭେନର ସୁନିତା ରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଫୋରମର ବିଭିନ୍ନ ପଦାଧିକାରୀ କମଳିନୀ ବେହେରା, ମହାମନ୍ତ୍ରୀ,…
Read More