ବାରିପଟ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଛି। ଉକ୍ତ ଗ୍ରାମର ସ୍ବର୍ଗତ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଘରୁ ଚୋରି ହୋଇଛି। ରବିବାର ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି। ଗତ କିଛି ଦିନ ହେବ ଶ୍ରୀଯୁକ୍ତ ମହାପାତ୍ରଙ୍କ ପତ୍ନୀ ସୁଜାତା ମହାପାତ୍ର ବାହାରେ ରହିଥିଲେ। ଗତକାଲି ରାତିରେ ଚୋରୀ ହୋଇଥିବା ନେଇ ଆଜି ଜଣାପଡ଼ିଥିଲା। ତାଙ୍କ ଝିଅ ଓ ଜ୍ୱାଇଁ ଗ୍ରାମବାସୀଙ୍କ ଠାରୁ ଖବରପାଇ ଘର ଖୋଳିବା ପରେ ଘର ସମସ୍ତ ରୁମ୍ ତାଲା ଭଙ୍ଗା ଯାଇଥିବା, ଆଲମିରା ଭଙ୍ଗା ଯାଇଥିବା ଜଣାପଡ଼ିଥିଲା। ଖବରପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁଜାତା ମହାପାତ୍ରଙ୍କ କହିବାଅନୁସାରେ ୨ଟି ଚେନ, ଗୋଟିଏ ସୁନା ବ୍ରତ, ୨ ହଳ କାନଫୁଲ, କେତୋଟି ସୁନା ମୁଦି ଏବଂ ୩…

Read More

ରାତିର ଅନ୍ଧାରରେ ଖସିଗଲେ ଛେଳି ଚୋର, ବୋଲେରୋ ଗାଡ଼ି ସହ ଛେଳି ଉଦ୍ଧାର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ବାଣ୍ଠପୁର ପଞ୍ଚାୟତ ନିହଲ ପ୍ରସାଦ ଏବଂ ଓସ୍ତିଆମାଳ ଗାଁରୁ ରବିବାର ବିଳମ୍ପିତ ରାତିରେ ୮ପଟ ଛେଳି ଚୋରିକରି ଚୋରମାନେ ନେଇ ଯାଉଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଘେରି ଯାଇଥିଲେ। ଛେଳି ମାନଙ୍କୁ ନେଉଥ‌ିବା ବୋଲେରୋ ଗାଡ଼ି କୁକୁଡ଼ା ଫାର୍ମ ନିକଟରେ ଓଲଟି ପଡ଼ିବାରୁ ଚୋରମାନେ ରାତିର ଅନ୍ଧାରରେ କେଉଁଆଡେ ଲୁଚିଯାଇଥିବା ବେଳେ ବୋଲେରୋ ଗାଡ଼ିରୁ ୨ଛେଳି ଖସିଗଲେ। ବୋଲେରୋ ଗାଡ଼ି ସହିତ ୬ ଛେଳିଙ୍କୁ ଗ୍ରାମବାସୀ ରାତି ତମାମ ଜଗି ରହିଥ‌ିବା ବେଳେ ରାତିରେସନ୍ଦିଗ୍ଧ ଅବସ୍ଥାରେ ଅଟୋରେ ବୁଲୁଥୁବା ଜଣେ ମହିଳାଙ୍କୁ ଗ୍ରାମବାସୀ ଅଟକାଇ ଓଡ଼ଗାଁ  ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ସହିତ ଛେଳି ଏବଂ ମହିଳାଙ୍କୁ ଥାନାକୁ ଆଣିଥିଲେ। ତଦନ୍ତ ବେଳେ ଜଣାଗଲା ପ୍ରାୟ ୧ମାସ ପୂର୍ବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ…

Read More

ନୟାଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ନୟାଗଡ଼ରେ ଅନୁଷ୍ଠିତ ହେଇଯାଇଅଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ୍, ସିଡିଏମ୍ଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ସମସ୍ୟା ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ । ଆଜିର ଅଭିଯୋଗ ଶିବିରରେ ମୋଟ୍ ୧୪୦ଟି ଅଭିଯୋଗପତ୍ର ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୫ଟି, ଗ୍ରାମ୍ୟ ବିବାଦ ୮ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଟରୁ ସହାୟତା ପାଇଁ ୧୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସର୍ବମୋଟ ୩୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

Read More

ଜନଗଣନା ୨୦୨୬ପାଇଁ ଉଦ୍ଧିଷ୍ଟ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ କାର୍ଯ୍ୟକ୍ରମ ଜନଗଣନା ୨୦୨୬-୨୭ ପାଇଁ ଉଦ୍ଧିଷ୍ଟ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇ ୬ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ନୟାଗଡ଼ ପୌରପରିଷଦ ପାଇଁ ସର୍ବମୋଟ୍ ୭୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜନଗଣନାକାରୀ ଭାବରେ ତାଲିମ୍ ନେଉଥିବା ବେଳେ ୧୨ଜଣ କ୍ଷେତ୍ରପର୍ଯ୍ୟବେକ୍ଷକ ମଧ୍ୟ ତାଲିମ୍ ନେଇଛନ୍ତି। ତିନି ଦିନର ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷକ ଭାବରେ ଯଥାକ୍ରମେ ପ୍ରଦୀପ କୁମାର ପଣ୍ଡା ଓ ବ୍ରଜ କିଶୋର ମହାପାତ୍ର ପର୍ଯ୍ୟାୟ କ୍ରମେ ପରିଚାଳନା କରିଥିଲେ। ପ୍ରଥମ ଦିନରେ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୋଜିନା ଦାସ, ପୋୖରାଧ୍ୟକ୍ଷା ନିରୁପମା ଖଟେଇ, ଦ୍ଵିତୀୟ ଦିନରେ ରାଜ୍ୟର ଉପମୁଖ୍ୟ ଜନଗଣନା ନିର୍ଦ୍ଦେଶକ ଶିବିର ପରିଦର୍ଶନ କରିଥିବା ବେଳେ ତିନି ଦିନର…

Read More