ବିଶ୍ୱ ଘରଚଟିଆ ଦିବସରେ ଗଛରେ ପକ୍ଷୀବସା ସାଙ୍ଗକୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଘରଚଟିଆ ଦିବସ ଉପଲକ୍ଷେ ପକ୍ଷୀବସା ସାଙ୍ଗକୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ମାଠିଆରେ ପାନୀୟ ଦେଇ ଗଛମାନଙ୍କରେ ଝୁଲାଯାଇଥିଲା। ସବୁଠାରୁ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଜାତି ନିଜର ଭୋଗବିଳାସ ଜୀବନ ପାଇଁ ନୂଆ ନୂଆ ଯନ୍ତ୍ର ଉଦ୍ଭାବନ କରି ବାୟୁମଣ୍ଡଳକୁ ଦୂଷିତ କରିବା ସହିତ ଅନ୍ୟର ଘର ଓ ବଂଶ ନିପାତ କରୁଛି। ସେହି ନିରୀହ ପକ୍ଷୀ ହେଉଛି ଘର ଚଟିଆ। ସେମାନଙ୍କ ବଂଶ ରକ୍ଷା ସହିତ ପିଲାଙ୍କ ମନରେ ପକ୍ଷୀମାନଙ୍କ ପାଇଁ  ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାକୁ ମନୋଭାବ  ସୃଷ୍ଟି କରାଇଥିଲେ ବିଦ୍ୟାଳୟ ର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ। ଏସବୁ କାର୍ଯ୍ୟରେ ସହଯୋଗ କରିଥିଲେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଲୋକ ନାୟକ। ନଡ଼ିଆ…

Read More

ନୟାଗଡ ଜିଲ୍ଲାରେ ବିଶ୍ୱ ପଖାଳ ଦିବସକୁ ଧୁମଧାମରେ ପାଳନ କଲା ପର୍ଯଟନ ଵିଭାଗ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ବିଶ୍ୱ ପଖାଳ ଦିଵସକୁ ଧୁମଧାମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳନ କରାଯାଇଚି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି ସତ୍ୟଭାମା ବେହେରା ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ  ମଧୁମିତା ରଥ ଓ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲାର ସମସ୍ତ ଡେପୁଟୀ କଲେକ୍ଟର, ସହ କଲେକ୍ଟରଙ୍କ ସହିତ ଜିଲ୍ଲାର ଅନେକ ଅଧିକାରୀ ଯୋଗଦେଇଥିଲେ।…

Read More

ମଞ୍ଚରେ ଜୀବନ୍ତ ହେଲା ‘ସମୁଦ୍ର’: ସମ୍ବଲପୁରୀ ନାଟକରେ ଦେଖିବାକୁ ମିଳିଲା ସଭ୍ୟତା ଓ ସଂଘର୍ଷର ଅପୂର୍ବ ସମନ୍ୱୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୬ଷ୍ଠ ଦିବସରେ ‘ସୂର, ସମ୍ବଲପୁର’ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସମ୍ବଲପୁରୀ ନାଟକ ‘ସମୁଦ୍ର’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଡକ୍ଟର ପ୍ରସନ୍ନ କୁମାର ସାହୁଙ୍କ ଲିଖିତ ଏହି ନାଟକଟି ନିଜର ନିଆରା କଥାବସ୍ତୁ ଓ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ନାଟକର କାହାଣୀ ଜଣେ ଜଙ୍ଗଲୀ ଯୁବକ ‘କମ୍ବୁ’ ଓ ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ‘କ୍ୟାପଟେନ କିଶନ’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଗତିଶୀଳ ହୋଇଥିଲା। ଏକ ନିଛାଟିଆ ଦ୍ଵୀପରେ ପ୍ରକୃତିର ନିର୍ମମତା ଏବଂ ମାନବିକତାର ପରୀକ୍ଷାକୁ ମଞ୍ଚରେ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ବିଶେଷ କରି ମହାଭାରତର ପ୍ରସଙ୍ଗ ମାଧ୍ୟମରେ ନୈତିକତାର ବାର୍ତ୍ତା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।ନାଟ୍ୟଶ୍ରୀ ମାନସ ରଞ୍ଜନ…

Read More

ସାଇ ହେଲଥ କେୟାର ଏବଂ ଫିଜିଓଥେରାପି କ୍ଲିନିକ୍ ଉଦଘାଟିତ ସହ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ଫିଲ୍ମ ହଲ ପାଖରେ ନୂତନ ଭାବେ ସାଇ ହେଲଥ କେୟାର ଏଵଂ ଫିଜିଓ ଥେରାପି କ୍ଲିନିକ୍  ଉଦଘାଟନ ହେଇଯାଇଛି ଉକ୍ତ ଉଦଘାଟନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ତହସିଲଦାର ରାଜେଶ ସ୍ବାଇଁ ଇଟାମାଟି ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠି, ପ୍ରତିଷ୍ଠିତ ବ୍ୟବସାୟୀ ବଳଭଦ୍ର ଚିନରା, ସତ୍ୟଭାମା ଦେଇ, ବିଜୟ କୁମାର ସାଥୁଆ, ଅଶୋକ ନାୟକ ଭାଗିରଥୀ ବାଇ, ସବିତା ମଞ୍ଜରୀ, ସାଇ ସ୍ବରାଜ, ସାଇ ହେଲଥ କେୟାର  ତଥା ସାଇ ସିଦ୍ଧି ଫାଉଣ୍ଡେସନର ପ୍ରତିଷ୍ଠାତା ସାଇ ଶୁଭମ୍ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଡଃ ଗୌତମ ବେନିଆ ଡଃ ସତ୍ୟବ୍ରତ ପାଣିଗ୍ରାହୀ ସମସ୍ତ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିଲେ (ଫିଜିଓଥେରାପି ଚିକିତ୍ସା) ତଥା ଅଣ୍ଟା…

Read More

ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷା ନୀତି (NEP) ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଏକ ‘ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୟୁଥ୍ ରେଡକ୍ରସ୍ ସଂଯୋଜିକା ଶ୍ରୀମତୀ ମୀନାକ୍ଷୀବାଳା ମିଶ୍ର ସଂଯୋଜନା କରିଥିବା ବେଳେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL)ର ଲର୍ଣ୍ଣିଂ କୋଅର୍ଡିନେଟର ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଛାତ୍ରୀମାନଙ୍କୁ ଆଧୁନିକ ଯୁଗର ବିଭିନ୍ନ ବୈଷୟିକ କୌଶଳ ଯଥା- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ୱେବ୍ ଡିଜାଇନ୍, ଟାଲି (Tally) ଏବଂ ଆଡଭାନ୍ସଡ୍ ଏକ୍ସେଲ୍ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ସମୟରେ ଏହି ଡିଜିଟାଲ୍ କୌଶଳଗୁଡ଼ିକ କିଭଳି…

Read More

ନୟାଗଡ଼ରେ କୃତ୍ରିମ ବୁଦ୍ଧିମତ୍ତା (AI) ଉପଯୋଗ କର୍ମଶାଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ତ୍ୱରିତ ସେବା ଯୋଗାଇଦେବା ଲକ୍ଷ୍ୟରେ OCAC ଦ୍ବାରା ନୟାଗଡ଼ ଜିଲ୍ଲା ପ୍ରଶାସନ  ପାଇଁ ଏକ ଦିନିକିଆ କୃତ୍ରିମ ବୁଦ୍ଧିମତ୍ତା (AI) ଉପଯୋଗ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ଯୁଗରେ ଟେକ୍ନୋଲୋଜିର ବ୍ୟବହାର କରି କିପରି ସରକାରୀ କାର୍ଯ୍ୟକୁ ଅଧିକ ସରଳ କରାଯାଇପାରିବ, ସେ ନେଇ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଏବଂ ବିଜୟାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରାୟ ୫୦ରୁ  ଉର୍ଦ୍ଧ୍ବ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ  ରିସୋର୍ସ ପର୍ସନ ଭାବରେ ଶୁଭମ ଚୌଧୁରୀ ଏବଂ ରାକେଶ କୁମାର ପରିଡ଼ା ଯୋଗଦେଇଥିଲେ। ସେମାନେ ପ୍ରଶାସନିକ କ୍ଷେତ୍ରରେ…

Read More