‘କୁହୁଡ଼ି’ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି  ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ ବିଜୟ କୁମାର ଚୌଧୁରୀ, ନାଟ୍ୟକାର ଗୋପୀନାଥ ବାରିକ ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ନାଟକ ସପ୍ତାହର ପ୍ରଥମ ଦିବସରେ ଭୁବନେଶ୍ୱର ବିଦ୍ୟାକନକ ସୃଜାନାନୁଷ୍ଠାନ ପକ୍ଷରୁ ନାଟକ ‘କୁହୁଡ଼ି’ ମଞ୍ଚସ୍ଥ ହୋଇଥିଲା। ନାଟକଟି ମୁଖ୍ୟତଃ ସାମାଜିକ ଅବକ୍ଷୟ ଏବଂ ମୂଲ୍ୟବୋଧର ସଂଘର୍ଷ ଉପରେ ଆଧାରିତ। ନାଟ୍ୟକାର ଗୋପୀନାଥ ବାରିକ ଏଥିରେ ଦର୍ଶାଇଛନ୍ତି ଯେ କିପରି ସ୍ୱାର୍ଥପରତା, ଲୋଭ ଏବଂ ମିଥ୍ୟାର ଏକ “କୁହୁଡ଼ି” ମଣିଷର ବିବେକକୁ…

Read More

କୁସୁମାଞ୍ଜଳିର ୫ମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ହେଉଥିବା କୁସୁମାଞ୍ଜଳୀର ୫ମ ସ୍ଵନକ୍ଷତ୍ର ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ନୟାଗଡର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପତ୍ରିକାର ସଭାପତି ଗୋଲକ ବିହାରୀ ନାୟକ ସଭାପତିତ୍ବ କରିଥିଲାବେଳେ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ସୁବକ୍ତା ଗୋଦାବରୀ ବସନ୍ତିଆ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଯୁଦ୍ଧ ବିଭୀଷିକା ସମୟରେ ଅଶାନ୍ତ ପରିବେଶ ମଧ୍ୟରେ କବିମାନେ ସେମାନଙ୍କର କବିତାର ଲାଳିତ୍ୟରେ ସମାଜକୁ କିଛି ଦିଗ୍ ଦର୍ଶନ ଦେବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋକପାତ କରିଛନ୍ତି। ଏହା ଦେଶ…

Read More

ଆଜିଠାରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଠାରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ମଞ୍ଚସ୍ଥ ହେବାକୁ ଯାଉଛି । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ଏହି ନାଟକ ମହୋତ୍ସବ ଆୟୋଜନ କରୁଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ  ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ଏହି କ୍ରମରେ ୧୫ ତାରିଖ ସନ୍ଧ୍ୟାରେ…

Read More