ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ବି.ସି. ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ “ପ୍ଲାଷ୍ଟିକର ବିକଳ୍ପ ଭାବେ ଉପଯୋଗୀ ବସ୍ତୁ ତିଆରି” ବିଷୟରେ ଶିକ୍ଷକମାନଙ୍କ ପାଇଁ ଏକ କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଓ ପଲିଥିନ ଦ୍ୱାରା ସୃଷ୍ଟି ପ୍ରଦୂଷଣ ଏବଂ ଏହା ମନୁଷ୍ୟ, ପଶୁ ଓ ପରିବେଶ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନତା କରାଇ ଥିଲେ।ପ୍ରଶିକ୍ଷକମାନେ ପ୍ଲାଷ୍ଟିକର ବିକଳ୍ପ ଭାବେ କପାସ ବ୍ୟାଗ, ଝୋଟ ବ୍ୟାଗ ଓ କାଗଜ ବ୍ୟାଗ ବ୍ୟବହାର କରିବାକୁ ପ୍ରେରଣା ଦେଇଥିଲେ। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରାୟୋଗିକ ଭାବରେ ବ୍ୟାଗ ତିଆରି କରିବାର ଶିକ୍ଷା ମଧ୍ୟ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବି.ସି. ହାଇ ସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇଥିଲେ।…
Read MoreMonth: March 2026
‘କୁହୁଡ଼ି’ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ ବିଜୟ କୁମାର ଚୌଧୁରୀ, ନାଟ୍ୟକାର ଗୋପୀନାଥ ବାରିକ ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ନାଟକ ସପ୍ତାହର ପ୍ରଥମ ଦିବସରେ ଭୁବନେଶ୍ୱର ବିଦ୍ୟାକନକ ସୃଜାନାନୁଷ୍ଠାନ ପକ୍ଷରୁ ନାଟକ ‘କୁହୁଡ଼ି’ ମଞ୍ଚସ୍ଥ ହୋଇଥିଲା। ନାଟକଟି ମୁଖ୍ୟତଃ ସାମାଜିକ ଅବକ୍ଷୟ ଏବଂ ମୂଲ୍ୟବୋଧର ସଂଘର୍ଷ ଉପରେ ଆଧାରିତ। ନାଟ୍ୟକାର ଗୋପୀନାଥ ବାରିକ ଏଥିରେ ଦର୍ଶାଇଛନ୍ତି ଯେ କିପରି ସ୍ୱାର୍ଥପରତା, ଲୋଭ ଏବଂ ମିଥ୍ୟାର ଏକ “କୁହୁଡ଼ି” ମଣିଷର ବିବେକକୁ…
Read Moreକୁସୁମାଞ୍ଜଳିର ୫ମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ହେଉଥିବା କୁସୁମାଞ୍ଜଳୀର ୫ମ ସ୍ଵନକ୍ଷତ୍ର ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ନୟାଗଡର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପତ୍ରିକାର ସଭାପତି ଗୋଲକ ବିହାରୀ ନାୟକ ସଭାପତିତ୍ବ କରିଥିଲାବେଳେ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ସୁବକ୍ତା ଗୋଦାବରୀ ବସନ୍ତିଆ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଯୁଦ୍ଧ ବିଭୀଷିକା ସମୟରେ ଅଶାନ୍ତ ପରିବେଶ ମଧ୍ୟରେ କବିମାନେ ସେମାନଙ୍କର କବିତାର ଲାଳିତ୍ୟରେ ସମାଜକୁ କିଛି ଦିଗ୍ ଦର୍ଶନ ଦେବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋକପାତ କରିଛନ୍ତି। ଏହା ଦେଶ…
Read Moreଆଜିଠାରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଠାରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ମଞ୍ଚସ୍ଥ ହେବାକୁ ଯାଉଛି । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ଏହି ନାଟକ ମହୋତ୍ସବ ଆୟୋଜନ କରୁଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ଏହି କ୍ରମରେ ୧୫ ତାରିଖ ସନ୍ଧ୍ୟାରେ…
Read Moreକିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ର ପ୍ରାୟୋଜିତ କିଚେନ ଗାର୍ଡେନିଙ୍ଗ ସମ୍ବନ୍ଧିତ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ମଡେଲ ଡିଗ୍ରୀ କଲେଜଠାରେ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଏହି କର୍ମଶାଳାର ଆୟୋଜକ ରୀତିଶ୍ରୀ ମଲ୍ଲିକ ଶିବିର ପରିଚାଳନା କରିଥିଲେ। ବିଶେଷଜ୍ଞ ଭାବେ ଡକ୍ଟର ସୌଜନେନ୍ଦ୍ର ସ୍ବାଇଁ, ଗୋପାଳ ଚନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ମିଶ୍ର ଯୋଗଦାନ ଦେଇ ଭିନ୍ନ ଭିନ୍ନ ବୈଷୟିକ କୌଶଳ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। କିଚେନ ଗାର୍ଡେନିଙ୍ଗର ମହତ୍ତ୍ବ ତଥା ଦୈନନ୍ଦିନ ଜୀବନରେ ନିଜ ଦ୍ବାରା ପ୍ରସ୍ତୁତ ଉଦ୍ୟାନର ପନିପରିବା ଖାଇବା ଦ୍ବାରା ବିଷମୁକ୍ତ ଖାଦ୍ୟ ପାଇବା ତଥା ସ୍ବାବଲମ୍ବୀ ହେବାର ଏହା ଏକ ମାଧ୍ୟମ ହେବା ନେଇ ଆଲୋଚନା…
Read Moreଜାଳେଣି ଗ୍ୟାସ ଦରବୃଦ୍ଧି ଏବଂ କଳାବଜାରୀ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ଜାଳେଣି ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ସ୍ଥାନୀୟ ଓଡଗାଁ ଛକ ଠାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିତ୍ୟବ୍ୟବହାର୍ଯ୍ୟ ଗ୍ୟାସ ସିଲିଣ୍ଡର ପିଛା ୬୦ଟଙ୍କା ବୃଦ୍ଧି କରି ହାଣ୍ଡିଶାଳରେ ଚଡକ ପକାଇଛନ୍ତି ବୋଲି ଡିସିସି ସଭାପତି ଶ୍ରୀ ଦାଶ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃଟିପୂର୍ଣ୍ଣ ବିଦେଶନୀତି ପାଇଁ ଦେଶବ୍ୟାପି ଗ୍ୟାସ ସଙ୍କଟ ଦେଖାଦେଇଛି। ଗତକାଲି ବିଧାନସଭାରେ କଂଗ୍ରେସ ବିଧାୟକମାନେ ରାଜ୍ୟରେ ଗ୍ୟାସ ସଙ୍କଟ ଏବଂ କଳାବଜାରି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି ଘେରିବାରୁ ସରକାରଙ୍କ ଚାପରେ ଜିଲ୍ଲାପାଳମାନେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାମାନଙ୍କରେ ପର୍ଯ୍ୟାପ୍ତ ଗ୍ୟାସ ମହଜୁଦ ଥିବା କହିଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହିଛି। ସମଗ୍ର ଜିଲ୍ଲାରେ…
Read Moreନୟାଗଡ଼ରୁ ବିଶ୍ୱ ଶାନ୍ତି ବାର୍ତ୍ତା ଦେଲା ସିଭିଲ ସୋସାଇଟି
ନୟାଗଡ଼, (ନୟାଗଡ଼ ଦର୍ପଣ): ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେବଳ ଏହି ତିନି ଦେଶ ନୁହେଁ ସମଗ୍ର ବିଶ୍ୱ ପ୍ରଭାବିତ। ପ୍ରତ୍ୟେକ ଦିନ ଧନ, ଜୀବନ ନଷ୍ଟ ହେବା ସହ ଦୈନଦିନ ଜୀବନରେ ବ୍ୟବହୃତ ବସ୍ତୁର ଅହେତୁକ ଦରବୃଦ୍ଧି, ତୈଳ ସଂଙ୍କଟ ଯୁଦ୍ଧ ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ସଦର ମହକୁମାରୁ ସାରା ବିଶ୍ୱ ପାଇଁ ଏକ ଶାନ୍ତିର ବାର୍ତ୍ତା ଦେଇଛି ନୟାଗଡ଼ ସିଭିଲ ସୋସାଇଟ। ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁର ବାର୍ତ୍ତା ନେଇ ଆଜି ଏକ ଶୋଭାଯାତ୍ରା ନୟାଗଡ଼ ସହରର ଏନଏସି ସରକାରୀ ହାଇସ୍କୁଲ ଠାରୁ ପିଡବ୍ଲୁଡି ଛକ ପର୍ଯ୍ୟନ୍ତ ସିଭିଲ୍ ସୋସାଇଟି ଅଧ୍ୟକ୍ଷ ରୋଟାରିଆନ ଗୋଦାବରୀଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ନୟାଗଡ଼ ମୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ…
Read Moreଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ), ନୟାଗଡ଼ ରୋଟାରୀ କ୍ଳବ ପରିସରରେ ଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳନ କରାଯାଇଅଛି । କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନର ହ୍ୟୁଲି କ୍ଳବର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚ଼ିବ ଅଞ୍ଜଳି ମଛଖଣ୍ଡ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। କ୍ଳବର ସଭାପତି ଶ୍ରୀମତୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ସମ୍ପାଦିକା ରଶ୍ଚିତା ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। କ୍ଲବର ଚ଼୍ୟାଟର ସେକ୍ରେଟାରୀ ସୌଦାମିନୀ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ରଥ ମହିଳା…
Read Moreଚିନ୍ମୟ ମିଶନ ପକ୍ଷରୁ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହନୁମାନ ଚାଳିଶା ପଠନରେ ଅନୁଷ୍ଠାନର ଉପସ୍ଥିତ ସଦସ୍ୟମାନେ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଅନୁଷ୍ଠାନର ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସମେତ ସଦସ୍ୟ ଦୁର୍ଯ୍ୟୋଧନ ସାହୁ, ହରିହର ମିଶ୍ର, ଡ.ସନ୍ତୋଷ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଉଦୟନାଥ ମହାନ୍ତି, କୃଷ୍ଣପ୍ରିୟା ଦାଶଙ୍କ ସମେତ ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଏହି ପ୍ରସାଦ ସେବନ…
Read Moreନୟାଗଡରେ ଜାତୀୟ ଜନଗଣନା କ୍ଷେତ୍ର ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜାତୀୟ ଜନଗଣନା ୨୦୨୭ ପକ୍ଷରୁ ମାର୍ଚ୍ଚ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଗୋଟି ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦର ୪୦ ଜଣ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ମଧୁମିତା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମାଷ୍ଟର ଟ୍ରେନର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ ଏହାର ପରିଚାଳନା କରିଥିଲେ। ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ଡେପୁଟି କଲେକ୍ଟର ପ୍ରିୟଙ୍କା ମହାନ୍ତି, ସହକାରୀ କଲେକ୍ଟର ଶୁକଦେବ ବେହେରା ଏବଂ ଜନଗଣନା ଅଧିକାରୀ ଅକ୍ଷୟ କୁମାର ନାୟକ। ପ୍ରଶିକ୍ଷଣର ଅନ୍ତିମ ଦିନରେ ଫିଲ୍ଡ ଟ୍ରେନରମାନଙ୍କୁ ନେଇ ଏକ ପ୍ରାକ୍ଟିକାଲ କାର୍ଯ୍ୟ ନୟାଗଡ ମ୍ୟୁନିସିପାଲଟିର ୧୨ ନଂ ୱାର୍ଡରେ କରାଯାଇଥିଲା।
Read More