ରୋହିବାଙ୍କ ବିଦ୍ୟାଳୟରେ ଓଡିଶା ଶ୍ରୀ ଅନ୍ନ ଅଭିଯାନ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ବିଭାଗ ତଥା ପ୍ରକଳ୍ପ ନିର୍ଦେଶକ “ଆତ୍ମା ”  ଆନୁକୂଲ୍ୟରେ ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇସାରିଛି। ମୁଖ୍ୟ ଅତିଥିଭାବେ ଓଡଗାଁ ବ୍ଲକ କୃଷି  ବିଭାଗର ଯାନ୍ତ୍ରିକ ପରିଚାଳକ ଶରତ ଚନ୍ଦ୍ର ଚୌଧୁରୀ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଓ ମାତୃମଞ୍ଚ ସଭ୍ୟା ମାନଙ୍କୁ ନେଇ ଉଦଘାଟିତ ହୋଇସାରିଛି। ଏହି ଯୋଜନାରେ ଇକୋ ସଲ୍ୟୁସନ ବେସରକାରୀ ସଂସ୍ଥା ଉକ୍ତ ବିଦ୍ୟାଳୟର ୨୫୮ଜଣ ଛାତ୍ର ଛାତ୍ରୀଙ୍କ ପାଇଁ  ମାଣ୍ଡିଆରେ ପ୍ରସ୍ତୁତ ମାଣ୍ଡିଆ ଵାଲସା, ମାଣ୍ଡିଆ ଗଜା, ମାଣ୍ଡିଆ ସେଓ, ମାଣ୍ଡିଆ ଦହି ବୁନ୍ଦି ଭଳି ମାଣ୍ଡିଆରେ ପ୍ରସ୍ତୁତ ବିଭିର୍ଣ୍ଣ ଖାଦ୍ୟ ମାଗଣାରେ ବଣ୍ଟନ କରାଯାଇଥିଲା।    ବର୍ତ୍ତମାନ ମନୁଷ୍ୟ ମାନଙ୍କର ଚାଓ ମିନ, ବରଗର, ପିଜ଼ା…

Read More

+୨ ବୋର୍ଡ ପରୀକ୍ଷାର୍ଥୀଙ୍କୁ ଏବିଭିପିର ଶୁଭେଚ୍ଛା

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖଣ୍ଡପଡ଼ା ନଗର ତରଫରୁ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ଜୀବନର ଏକ ମହତ୍ୱପୂର୍ଣ୍ଣ ପର୍ବ ହେଲେ ମଧ୍ୟ ଏହା ଭବିଷ୍ୟତର ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ। ଆତ୍ମବିଶ୍ୱାସ, ନିୟମିତ ପଢ଼ିବା ଓ ସକାରାତ୍ମକ ଚିନ୍ତାଧାରା ସହିତ ପରୀକ୍ଷା ଦେଲେ ନିଶ୍ଚୟ ଭଲ ଫଳାଫଳ ମିଳିବ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହ-ସଂଯୋଜକ ଶ୍ରୀ ମଙ୍ଗୁଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସନ୍ତୋଷିନି ମନ୍ତ୍ରୀ, ଖଣ୍ଡପଡ଼ା ନଗର ସମ୍ପାଦକ ଶ୍ରୀ ଭାଗବତ ପ୍ରଧାନ ଓ ଭାବଗ୍ରାହୀ ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଏବିଭିପି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରାଯାଇଛି ଏବଂ ଶାନ୍ତ ମନୋଭାବ ସହ…

Read More

+୨ ପରୀକ୍ଷାର୍ଥୀ ଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଲା ନୟାଗଡ଼ ଏବିଭିପି

ନୟାଗଡ଼, (ନୟାଗଡ଼ ଦର୍ପଣ): ସାରା ଓଡିଶା ରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଯାଇଅଛି। ସେହି ସମୟେ ଏବିଭିପି ନୟାଗଡ଼ର ଦେଖିବାକୁ ମିଳିଛି ଏକ ସୁନ୍ଦର ପ୍ରୟାସ, ଯେଉଁଥିରେ ନୟାଗଡ଼ ସ୍ୱୟଂଶାସିତ ମହବିଦ୍ୟାଳୟ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପରୀକ୍ଷାର୍ଥୀ ଙ୍କ ପ୍ରବେଶ ସମୟରେ ବିଦ୍ୟାର୍ଥୀମାନଙ୍କୁ  ଚନ୍ଦନ ଲଗାଇ ପରୀକ୍ଷା ପାଇଁ ଶୁଭକାମନା ଏବଂ ଉଜ୍ବଳ ଭବିଷ୍ୟତ ମନାସିଛନ୍ତି ବିଦ୍ୟାର୍ଥୀ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ। ଏବଂ ଏହି ଅଭିନଵ ପ୍ରୟାସ ନିମନ୍ତେ ସ୍ଥାନୀୟ ବ୍ୟକ୍ତି,ଅଭିଭାବକ ଏବଂ ଅଧ୍ୟାପକ ମାନଙ୍କ ମଧ୍ୟ ପ୍ରଶଂସା ସାଉଁଟି ପାରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼। ଏହି ସମସ୍ତ କାର୍ଯ୍ୟ କୁ ତ୍ୱରାନ୍ଵୀତ କରାଇଥିଲେ ଜିଲ୍ଲା ସଂଯୋଜକ ତଥା ଏସ.ଡବ୍ଲୁ.ସି ସଦସ୍ୟ ସୌମ୍ୟ ରଂଜନ ସାହୁ,ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ପାଣଗ୍ରାହୀ, ଗଗନ ନାୟକ ଖେଲୋ ଭାରତ, ରାଷ୍ଟ୍ରୀୟ କଳା…

Read More

ଜ୍ଞାନ ଲାଭ ହେଲେ ଆତ୍ମାଭିମାନ ଆପେ ଚାଲିଯାଏ-: ସଂପାଦକ ଶ୍ରୀଧର ସାହୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚିରଵନ୍ଦନୀୟ ରାମକୃଷ୍ଣ ପରମହଂସଙ୍କ ୧୯୨ ତମ ଜୟନ୍ତୀ ସ୍ଥାନୀୟ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ହୋମଯଜ୍ଞ, ଜପଧ୍ଯାନ ସହିତ ସକାଳ ୧୦ଟା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଯୋଗଦେଇ ଠାକୁର ଶ୍ରୀରାମକୃଷ୍ଣଙ୍କ ଜୀବନୀ ବିଷୟରେ ଆଲୋଚନା କରି କହିଥିଲେ, ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍‌ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮୩୬ ଖ୍ରୀ:ର ଫେବୃଆରୀ ୧୮ ତାରିଖ) । ତାଙ୍କ ପିତାଙ୍କ ନାମ ଖୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । ଖୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ,…

Read More

ଗଣମାଧ୍ୟମରେ ଖବର ପ୍ରକାଶନ ଏବଂ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଲାଗିଲା ନାମ ଫଳକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ତଥା ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ପ୍ରବେଶ ପଥରେ ଲାଗିଲା ବିଦ୍ୟାଳୟ ନାମ ଫଳକ। ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟର ନବ ନିର୍ମିତ ମୁଖ୍ୟ ଫାଟକରେ ଥିବା ନାମ ଫଳକ ସ୍ଥାନ ଖାଲି ପଡିଥିଲା। ସୂଚନା ଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ସଦର ମହକୁମାର ଏନଏସି ଉଚ୍ଚ ବିଦ୍ୟାଳୟ ଏକ ପ୍ରମୁଖ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅଟେ। ଏଠାରୁ ଉତ୍ତୀର୍ଣ୍ଣ ହୋଇ ଥିବା ଅଧିକାଂଶ ଛାତ୍ରଛାତ୍ରୀ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠା ଲାଭ କରି ବିଦ୍ୟାଳୟର ମାନ ବଢ଼ାଇଛନ୍ତି । ତେବେ ଗତ ସରକାର ସମୟରେ ଏହି ବିଦ୍ୟାଳୟଟି ୫-ଟି ମାନ୍ୟତା ପାଇଥିବା ବେଳେ ଏହାର ମୁଖ୍ୟ ପ୍ରଵେଶ ପଥକୁ…

Read More