ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ପିଏମଶ୍ରୀ ନାରାୟଣ ହାଇସ୍କୁଲ ଶରଣକୁଳ ପରିସର ମଧ୍ୟରେ ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ସଫଳ ରୂପାୟନ ନିମନ୍ତେ ମୂଳ, ପ୍ରସ୍ତୁତିମୂଳକ, ମଧ୍ୟମ ଓ ମାଧ୍ୟମିକ ଏହି ପରି ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ବିଭାଗ କରି ବିଭିନ୍ନ ଭାଷାଗତ ପ୍ରତିଯୋଗୀତା ଯେପରିକି ପୁସ୍ତକ ସମୀକ୍ଷା, ଅନୁଚ୍ଛେଦ ରଚନା, କବିତା ପଠନ, କ୍ଷୁଦ୍ରଗଳ୍ପ ଲିଖନ, ପତ୍ରିକା ଲିଖନ, ଗୁଚ୍ଛ ଫଟୋ ପ୍ରଦର୍ଶନ, ଚିତ୍ରରେ ଚିତ୍ରରେ ଗଳ୍ପ, ଗଳ୍ପ କଥନ, ବନ୍ଧୁ ପଠନ, ଖାତ୍ୟ ଓ ପର୍ବ ଉପରେ ପ୍ରକଳ୍ପ ପ୍ରଦର୍ଶନ ଆଦି କାଯ୍ୟର୍କ୍ରମ ଚଳିତ ମାସ ୬ ତାରିଖରୁ ୯ ତାରିଖ ପଯ୍ୟର୍ନ୍ତ ଚାଲିଥିଲା। ଆଜି ପ୍ରଦର୍ଶନୀ ମେଳାରେ ଅତିଥି ବିଚାରକ ରୂପେ ଗୋଡ଼ିପଲ୍ଲୀ ଗୋପୀନାଥ ହାଇସ୍କୁଲର ଶିକ୍ଷକ କବି ନିରାକାର…
Read MoreDay: January 10, 2026
ସରକାରୀ ଚାକିରୀ ଛାଡ଼ି ଷାଠିଏ ଦଶକରେ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଗାଁ’ରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିଥିବା ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧା ସୁମନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟ ଓ ସ୍କୁଲ ପରିଚାଳନା କମିଟିର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସ୍ବର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ ରାମଚନ୍ଦ୍ର ପଣ୍ଡାଙ୍କ ଜୀବନୀ ସହିତ ଗାଁ’ ପାଇଁ ତାଙ୍କର ତ୍ୟାଗପୁତ୍ତ ଜୀବନର ଅବଦାନ ସହିତ ସରକାରୀ ଚାକିରୀକୁ ପରିତ୍ୟାଗ କରି ଗାଁରେ ଷାଠିଏ ଦଶକରେ ହାଇସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ଆଲୋକ ଜାଳିବା ସହିତ ଗାଁରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ ମହାନ୍ତିପଲ୍ଲୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭୃତି…
Read Moreସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ନୟାଗଡ଼ରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ) : ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟ କଳାପ ବିରୋଧରେ ଆଜି ନୟାଗଡ଼ରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ର ଉପାଧ୍ୟକ୍ଷ ଅମୀୟ ପାଣ୍ଡବ କେନ୍ଦ୍ରର ମୋଦି ସରକାରକୁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟକୁ ଅବହେଳା କରି ଯୋଜନାର ନାମ ପରିବର୍ତ୍ତନ କରାଯାଇ ମହାତ୍ମାଗାନ୍ଧୀଙ୍କ ନାମକୁ ହଟାଯାଇଛି। ଏହା ସହିତ ନିଶ୍ଚିତ କର୍ମଯୋଗାଣ ଗ୍ୟାରେଣ୍ଟିକୁ ଉଛେଦ କରି ଯୋଜନାକୁ ବାଟବଣା କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ ଘୋଷଣା କରିଥିଲେ। ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମା ରାଶି ଲାଗୁ କରାଯିବା ଏବଂ ଟାଟା ପାଓ୍ବାର ଇଚ୍ଛାମୁତାବକ ସ୍ମାର୍ଟ ମିଟର ଲାଗୁ କରାଯାଉଥିବା କାର୍ଯ୍ୟକ୍ରମ…
Read More