ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ପିଏମଶ୍ରୀ ନାରାୟଣ ହାଇସ୍କୁଲ ଶରଣକୁଳ ପରିସର ମଧ୍ୟରେ ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ସଫଳ ରୂପାୟନ ନିମନ୍ତେ ମୂଳ, ପ୍ରସ୍ତୁତିମୂଳକ, ମଧ୍ୟମ ଓ ମାଧ୍ୟମିକ ଏହି ପରି ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ବିଭାଗ କରି ବିଭିନ୍ନ ଭାଷାଗତ ପ୍ରତିଯୋଗୀତା ଯେପରିକି ପୁସ୍ତକ ସମୀକ୍ଷା, ଅନୁଚ୍ଛେଦ ରଚନା, କବିତା ପଠନ, କ୍ଷୁଦ୍ରଗଳ୍ପ ଲିଖନ, ପତ୍ରିକା ଲିଖନ, ଗୁଚ୍ଛ ଫଟୋ ପ୍ରଦର୍ଶନ, ଚିତ୍ରରେ ଚିତ୍ରରେ ଗଳ୍ପ, ଗଳ୍ପ କଥନ, ବନ୍ଧୁ ପଠନ, ଖାତ୍ୟ ଓ ପର୍ବ ଉପରେ ପ୍ରକଳ୍ପ ପ୍ରଦର୍ଶନ ଆଦି କାଯ୍ୟର୍କ୍ରମ ଚଳିତ ମାସ ୬ ତାରିଖରୁ ୯ ତାରିଖ ପଯ୍ୟର୍ନ୍ତ ଚାଲିଥିଲା। ଆଜି ପ୍ରଦର୍ଶନୀ ମେଳାରେ ଅତିଥି ବିଚାରକ ରୂପେ ଗୋଡ଼ିପଲ୍ଲୀ ଗୋପୀନାଥ ହାଇସ୍କୁଲର ଶିକ୍ଷକ କବି ନିରାକାର ସ୍ବାଇଁ ଓ ଲୋକ ନୋଡ଼ାଲ ବିଦ୍ୟାପୀଠ, ପଞ୍ଚିରିଡ଼ା ମାନପୁରର ସାରସ୍ବତ ସାଧକ ଓ ଗାଳ୍ପିକ ଡ.ସୁରେଶ ଚନ୍ଦ୍ର ବରାଡ଼ ଯୋଗ ଦେଇଥିଲେ। ପରେ ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଂଜନ ମିଶ୍ରଙ୍କ ପୋୈରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ମୂଖ୍ୟ ଅତିଥି ଭାବେ ଲୋକ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ତଥା ଶିକ୍ଷାବିତ୍ ଡ.ସୁରେଶ ଚନ୍ଦ୍ର ବରାଡ଼ ଯୋଗ ଦେଇଥିବା ବେଳେ କବି ନିରାକାର ସ୍ବାଇଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ରଂଜନ ନାୟକ ଓ ଆଲୁମିନି କମିଟି ସଭାପତି ବିକ୍ରମ କୁମାର ଦାଶ ଯୋଗ ଦେଇଥିଲେ। ଅତିଥି ମାନଙ୍କ କରକମଳରେ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଆରମ୍ଭ ହୋଇଥିବା ଏହି ସଭାରେ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠିତ ଏହି ବୈଠକ ଅବସରରେ ମୁଖ୍ୟ ଅତିଥି ଡ.ବରାଡ଼ କଥା ସାହିତ୍ୟର ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଅଣୁଗଳ୍ପ ଓ ଆଭାସ ଗଳ୍ପ ସମେତ ଗଳ୍ପ ବିଭାଗ ଉପରେ ବିସ୍ତୃତ ବର୍ଣ୍ଣନା ଦେଇ ଗଳ୍ପ ରଚନା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲା ବେଳେ କବି ଶ୍ରୀ ସ୍ବାଇଁ କବିତା ରଚନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାଯ୍ୟର୍କ୍ରମକୁ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା, ଦିପକ କୁମାର ସାହୁ, ପ୍ରତିଭା ମଞ୍ଜରୀ ସ୍ବାଇଁ, ଶିକ୍ଷୟିତ୍ରୀ ରୋଜାଲିନ ମିଶ୍ର, ଗୋୈରାଙ୍ଗ ସାହୁ, ଆଲୋକ ରଂଜନ ମଲ୍ଲିକ, ସସ୍ମୀତା ସାହୁ, ରଶ୍ମିତା ବେହେରା, ନିରୁପମା ସାହୁ ଓ ଚନ୍ଦନ ମଳିକ ସହଯୋଗ କରିଥିଲେ। ଶିକ୍ଷକ ଗୋଦାବରୀ ବସନ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।
ଶରଣକୁଳ ପିଏମଶ୍ରୀ ନାରାୟଣ ହାଇସ୍କୁଲରେ ପଠନ ପ୍ରସାର ସପ୍ତାହ
