ନୟାଗଡ଼, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମା’ ଉମାଦେବୀ ପୀଠରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଇଂରାଜୀ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ସାମ୍ବାଦିକ ସାମିଲ ହୋଇଥିଲେ। ଏ ଅବସରରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ଆଦି ଉପରେ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବିଭିନ୍ନ ବ୍ଲକରୁ ଆସିଥିବା ସଂଘର ସଦସ୍ୟ ମାନେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଆଗାମୀ ଦିନରେ ସଂଘକୁ ମଜବୁତ କରିବା ନିମନ୍ତେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଓ ସଂଗଠନ ବୈଠକ ମାନ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ବିନାୟକ ମିଶ୍ର,…
Read MoreDay: January 4, 2026
ଜାନୁଆରୀ ୫ରୁ ରଣପୁର ମହୋତ୍ସବ, ରଣପୁର ମହୋତ୍ସବ: ଐତିହ୍ୟ ଓ ସଂସ୍କୃତିର ଉତ୍ସବ
ରଣପୁର,(ନୟାଗଡ଼ ଦର୍ପଣ): ଆସନ୍ତା ଜାନୁଆରୀ ୫ ରୁ ୯ ପର୍ଯ୍ୟନ୍ତ ରଣପୁରରେ ଆୟୋଜିତ ହେଉଛି ରଣପୁର ମହୋତ୍ସବ। ଐତିହ୍ୟ, ସଂସ୍କୃତି, ଇତିହାସ ଓ ପରମ୍ପରାକୁ ଆଧାର କରି ଏହି ମହୋତ୍ସବ ଦୀର୍ଘବର୍ଷ ଧରି ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର ପ୍ରତୀକ ଭାବେ ପାଳିତ ହୋଇ ଆସୁଛି। ଏହି ପାଞ୍ଚ ଦିନିଆ ମହୋତ୍ସବରେ ରଣପୁରର ଐତିହାସିକ ଗୌରବ, ଲୋକସଂସ୍କୃତି ଓ ପାରମ୍ପରିକ କଳାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିବ। ଲୋକନୃତ୍ୟ, ଲୋକସଙ୍ଗୀତ, ପାଲା, ଦାସକଠିଆ, ଓଡ଼ିଶୀ ନୃତ୍ୟ ସହିତ ସାହିତ୍ୟିକ ଆଲୋଚନା, କବି ସମ୍ମିଳନୀ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିବ। ମହୋତ୍ସବର ପ୍ରଥମ ଦିନ ମଞ୍ଚକୁ ଆଲୋକିତ କରିବେ ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଇରା ମହାନ୍ତି। ତାଙ୍କର ସୁମଧୁର କଣ୍ଠ ଓ ଲୋକପ୍ରିୟ ଗୀତରେ ଦର୍ଶକମାନେ ମନମୁଗ୍ଧ ହେବେ ବୋଲି…
Read MoreLIC ଅଭିକର୍ତ୍ତା ସଙ୍ଘର ୭ମ ବାର୍ଷିକ ସମାରୋହ, ସଭାପତି ଭାବେ ଜୟ ପ୍ରକାଶ ପଣ୍ଡା, ସମ୍ପାଦକ ଭାବେ ଶତ୍ରୁଘ୍ନ ସାହୁ ମନୋନୀତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜୀବନ ବୀମା ଅଭିକର୍ତ୍ତା ସଙ୍ଘ ର ୭ତମ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣୀ ମଣ୍ଡପ ରେ ସଙ୍ଘ ର ସଭାପତି ଶୁଭେନ୍ଦୁ କୁମାର ଜଗଦେବ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜୀବନ ବୀମା ର ଶାଖା ପରିଚାଳକ ସନ୍ଦୀପ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଡିଭିଜନ କାଉନସିଲ ର ସମ୍ପାଦକ ଜୟସଙ୍କର ମାଲୁ ଯୋଗ ଦେଇଥିଲେ।ଅନ୍ୟ ତମ ଅତିଥି ଭାବେ ଅତିରିକ୍ତ ଶାଖା ପରିଚାଳକ ଅକ୍ରୁର ଜେନା, ଡିଭିଜନ କାଉନସିଲ ର ସଭାପତି ବିଜୟ କୁମାର ସାହୁ, ଡିଭିଜନ କୋଷାଧକ୍ଷ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସଭା ଆରମ୍ଭ ରୁ ବରିଷ୍ଠ ଅଭିକର୍ତ୍ତା ଅସ୍ମିନୀ କୁମାର ଜେନା ମଞ୍ଚ ସଂଯୋଜନା କରିଥିଲେ। ଅତିଥି ମାନଙ୍କ ଦ୍ୱାରା…
Read More