ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜୀବନ ବୀମା ଅଭିକର୍ତ୍ତା ସଙ୍ଘ ର ୭ତମ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣୀ ମଣ୍ଡପ ରେ ସଙ୍ଘ ର ସଭାପତି ଶୁଭେନ୍ଦୁ କୁମାର ଜଗଦେବ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜୀବନ ବୀମା ର ଶାଖା ପରିଚାଳକ ସନ୍ଦୀପ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଡିଭିଜନ କାଉନସିଲ ର ସମ୍ପାଦକ ଜୟସଙ୍କର ମାଲୁ ଯୋଗ ଦେଇଥିଲେ।ଅନ୍ୟ ତମ ଅତିଥି ଭାବେ ଅତିରିକ୍ତ ଶାଖା ପରିଚାଳକ ଅକ୍ରୁର ଜେନା, ଡିଭିଜନ କାଉନସିଲ ର ସଭାପତି ବିଜୟ କୁମାର ସାହୁ, ଡିଭିଜନ କୋଷାଧକ୍ଷ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସଭା ଆରମ୍ଭ ରୁ ବରିଷ୍ଠ ଅଭିକର୍ତ୍ତା ଅସ୍ମିନୀ କୁମାର ଜେନା ମଞ୍ଚ ସଂଯୋଜନା କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରାଯିବା ପରେ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ନାନୀତ କରା ଯାଇଥିଲା।ଦୀପ ପ୍ରଜ୍ବଳନ ବେଳେ ବରିଷ୍ଠ ଅଭିକର୍ତ୍ତା ମୀନକେତନ ମହାପାତ୍ର ମନ୍ତ୍ର ପାଠ କରିଥିଲେ।ଜୀବନ ଅଭିକର୍ତ୍ତା ସଙ୍ଘ ର ସମ୍ପାଦକ ପ୍ରଭାତ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧକ୍ଷ ଲଷ୍ମୀଧର ସାହୁ ବାର୍ଷିକ ଆୟ ବୟ ର ହିସାବ ପ୍ରତିପାଦନ କରିଥିଲେ।ମଞ୍ଚାସୀନ ଅତିଥି ମାନେ ସଭା ରେ ନିଜ ନିଜ ର ଜୀବନ ବୀମା ଉପରେ ମୂଲ୍ୟବାନ ବକ୍ତ୍ୟବ ରଖିଥିଲେ। ମୁଖ୍ୟବକ୍ତା କହିଥିଲେ ସମସ୍ତେ ଲିଆଫି ସହିତ ଜଡିତ ରହନ୍ତୁ, ଜୀବନ ବୀମା ଙ୍କୁ ସମସ୍ତେ ଭଲପାନ୍ତୁ। ଜୀବନ ବୀମା ବିଷୟରେ ଅଭିକର୍ତ୍ତା ମାନଙ୍କୁ ପୁରାଣ ଶାସ୍ତ୍ରକୁ ନେଇ ବହୁ ମୂଲ୍ୟ ଵାନ ତଥ୍ୟ ଜଣାଇଥିଲେ।ଜୀବନ ବୀମା ରେ ଯେଉଁ ଅଭିକର୍ତ୍ତା ୨୫ବର୍ଷ ଧରି କାର୍ଯ୍ୟ କରିଛନ୍ତି ସେମାନଙ୍କୁ ମାନପତ୍ର ଓ ଉପଢ଼ୋକନ ଦେଇ ସମ୍ନାନୀତି କରାଯାଇଥିଲା। ଏ ବର୍ଷ ନୂତନ କର୍ମକର୍ତ୍ତା ମନୋନୀତ କରା ଯାଇଥିଲା। ସଭାପତି ଭାବେ ଜୀବନ ବୀମା ଅଭିକର୍ତ୍ତା ଜୟପ୍ରକାଶ ପଣ୍ଡା, ଉପ ସଭାପତି ଭାବେ ଜ୍ଞାନରଞ୍ଜନ ସାହୁ, ସମ୍ପାଦକ ଶତ୍ରୁଘ୍ନ ସାହୁ, ସହ ସମ୍ପାଦକ ପ୍ରଫୁଲ କୁମାର ସାହୁ, କୋଷାଧକ୍ଷ ସୁଶାନ୍ତ କୁମାର ସାହୁ। ଇ ସି ମେମ୍ବର ର ମୁଖ୍ୟ କୋଡିନେଟର ଅସ୍ମିନ କୁମାର ଜେନା, ଡିଭିଜନ କାଉନସିଲ କୋଡିନେସନ କମିଟି ଚେୟାରମ୍ୟାନ ଶ୍ରୀକାନ୍ତ ପଟ୍ଟନାୟକ, ଶୁଭେନ୍ଦୁ ଭୂଷଣ ଜଗଦେବ, ଶେଷରେ ଉପ ସଭାପତି ଜୟ ପ୍ରକାଶ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରା ଯାଇଥିଲା।
LIC ଅଭିକର୍ତ୍ତା ସଙ୍ଘର ୭ମ ବାର୍ଷିକ ସମାରୋହ, ସଭାପତି ଭାବେ ଜୟ ପ୍ରକାଶ ପଣ୍ଡା, ସମ୍ପାଦକ ଭାବେ ଶତ୍ରୁଘ୍ନ ସାହୁ ମନୋନୀତ
