ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା ହୋଇଛି । ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସଭାପତି ଭାବେ ସୁଦାମ ଚରଣ ନାୟକ, ନଗର ସଭାପତି ଭାବେ ଅନୀଲ କୁମାର ରାୟ, ଗଣିଆ ବ୍ଲକ ସଭାପତି ଭାବେ ସଦାଶିବ ମିଶ୍ର, ନୂଆଗାଁ ବ୍ଲକ ସଭାପତି ଭାବେ ଯୁଗଳ କିଶୋର ସାହୁ, ଖଣ୍ଡପଡ଼ା ବ୍ଲକ ସଭାପତି ଭାବେ ବିଜୟ କୁମାର ତ୍ରିପାଠୀ, ଖଣ୍ଡପଡ଼ା ନଗର ସଭାପତି ଭାବେ ମିହିର କୁମାର ମିଶ୍ର, ଭାପୁର ବ୍ଲକ ସଭାପତି ଭାବେ ଶିବ ପ୍ରସାଦ ଷଡ଼ଙ୍ଗୀ, ରଣପୁର ବ୍ଲକ ସଭାପତି ଭାବେ ସଚ୍ଚିକାନ୍ତ ଷଡ଼ଙ୍ଗୀ, ରଣପୁର ଏନଏସି ସଭାପତି ଭାବେ…
Read MoreMonth: January 2026
ବିଜୁ ଜନତା ଦଳ ସାଂଗଠନିକ ବୈଠକ,
ଜନପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସାଂଗଠନିକ ବୈଠକ ତଥା ବନ୍ଧୁ ମିଳନ ବଲାଙ୍ଗୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଜୁ ଜନତା ଦଳ ସମର୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସାଂଗଠନିକ ମନ୍ତ୍ର ଦେଇଛନ୍ତି । ବିଜୁ ଜନତା ଦଳକୁ ମଜବୁତ୍ କରିବା, ଲୋକଙ୍କ ପାଇଁ କାମ କରିବା, ରାଜନୀତିକୁ ସମାଜସେବା ଭାବେ ଗ୍ରହଣ କରିବା ସେ ମତ ରଖିଛନ୍ତି। ଦୀର୍ଘଦିନ ବ୍ୟବଧାନରେ ଆୟୋଜିତ ଏହି ସାଂଗଠନିକ ବୈଠକରେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନେତା ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା…
Read Moreଦଶପଲ୍ଲାରେ କୃଷକ ଶ୍ରମିକ ଓ କ୍ଷେତ ମଜଦୂର ମାନଙ୍କ ବିକ୍ଷୋଭ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳା ତୋଟା ଥରେ ଓଡ଼ିଶା କୃଷକ ସଭା ଦଶପଲ୍ଲା ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ମୁଖ୍ୟତଃ ତୁରନ୍ତ ଧାନ ମଣ୍ଡି ଖୋଲିବା, କଟନି ଛଟନି ବନ୍ଦ କରିବା ଓ ତୁରନ୍ତ ଚାଷୀମାନଙ୍କୁ ପ୍ରାପ୍ୟ ପ୍ରଦାନ କରିବା ରହିଥିବା ବେଳେ, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରିବା, ବିହନ ବିଲ୍ ୨୦୨୫ ରଦ କରିବା ଓ ବିଦ୍ୟୁତ୍ ସନ୍ସୋଧନ ବିଲ୍ ପ୍ରତ୍ୟାହାର ଓ ସ୍ମାର୍ଟ ମିଟର ପ୍ରଚଳନ ନକରିବା ପ୍ରଭୃତି ଉପରେ ଆଲୋଚନା କରାଯାଇ ଏକ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ମେଲିଆ ତୋଟା ଠାରୁ ଏକ ଶୋଭାଯାତ୍ରା ବାହାରି ଦାବି ସପକ୍ଷରେ ସ୍ଲୋଗାନ ମାନ ଦେଇ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା।…
Read Moreସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ, ଯୋଗଦେଲେ ଜିଲ୍ଲାର ୧୪୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଣିପୋଇଲା ଚିନିକଳ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନବବର୍ଷ ଅବସରରେ ପ୍ରତ୍ୟେକ ବର୍ଷ…
Read Moreନୟାଗଡ଼ ଶ୍ରୀରାମକୃଷ୍ଣ- ବିବେକାନନ୍ଦ ଆଶ୍ରମ ତରଫରୁ ରକ୍ତଦାନ ଶିବିର, ୨୭ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜୟନ୍ତୀ ଉପଲକ୍ଷେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଆଶ୍ରମ ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ସକାଳ ୦୯ଟା ସମୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର କୁ ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ରିବନ କାଟି ଉଦଘାଟନ କରିଥିଲେ।ସକାଳ ୧୦ଟାରେ ବରିଷ୍ଠ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଧର୍ମ ଆଲୋଚନା ସଭାରେ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ , ନୟାଗଡ଼ ବ୍ଳକ୍ ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଓ ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଇମ୍ପ୍ରିମିସ୍ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତୀ…
Read Moreପୂର୍ବ ଭାରତ ବିଜ୍ଞାନ ଏବଂ ଅଭିଯାନ୍ତ୍ରିକୀ ମେଳାରେ ନୟାଗଡ଼ ଜିଲ୍ଲାର ଲୋପାମୁଦ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଡିସେମ୍ବର ମାସରେ ଡି.ଏନ.ହାଇସ୍କୁଲ, କେନ୍ଦୁଝର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ନୟାଗଡ଼ ଜିଲ୍ଲା ତରଫରୁ ଭାଗ ନେଇଥିବା ନୂଆଗାଁ ବ୍ଲକ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଲୋପାମୁଦ୍ରା ପ୍ରଧାନ ରାଜ୍ୟ ପ୍ରତିନିଧି ଭାବେ ମନୋନୀତ ହୋଇ କୋଲକାତାର ବିର୍ଲା ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ମିଉଜିଅମ ଠାରେ ଅନୁଷ୍ଠିତ ହେଉଥିବା ପୂର୍ବ ଭାରତ ବିଜ୍ଞାନ ଏବଂ ଅଭିଯାନ୍ତ୍ରିକ ମେଳା-୨୦୨୬ରେ ଯୋଗଦାନ କରିଛନ୍ତି। ଚଳିତ ମାସ ୧୩ ରୁ ୧୫ ତାରିଖ ତିନିଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ବିଜ୍ଞାନ ମେଳାରେ ଲୋପାମୁଦ୍ରା ଜଳ ସଂରକ୍ଷଣ ଏବଂ ପରିଚାଳନା ବିଷୟରେ ନିଜର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିରେ ରାଜ୍ୟ ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଏବଂ କଳାହାଣ୍ଡି ଜିଲ୍ଲା ବିଜ୍ଞାନ ନିରୀକ୍ଷକ…
Read Moreଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ- ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ସ୍ଥିତ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀଣୀ ରଙ୍ଗୀନ ମହାନ୍ତି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର ଓ ପଞ୍ଚଶଖା ଶିକ୍ଷା ସେତୁ ସଭାପତି ନବ କିଶୋର ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ଏଲିନା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ରଚିତ ସ୍ୱାଗତ ସଙ୍ଗୀତ ଗାନ କରି…
Read Moreସୃଜନ ଗୃହରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲାପରିଷଦ ସୃଜନ ଗୃହରେ ଓଡିଶା ସରକାର ଜଳ ସମ୍ପଦ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟବକ୍ତାଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତି ରାଉତ, ଜିଲ୍ଲା ଜଳ ସମ୍ପଦ ଅଧିକାରୀ ଇଂ ବୈକୁଣ୍ଠ ନାଥ ଦଳାଇ ପ୍ରମୁଖ ଯୋଗଦେଇଥିଲେ। ସଭା ପ୍ରାରମ୍ଭରୁ ଦ୍ଵୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହାପରେ ସମୁହ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ ବିଭାଗ ସ୍ୱାଗତ ଭାଷଣ ରଖିଥିଲେ । ଏହାପରେ ମାନ୍ୟବର ବାଚସ୍ପତି ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ…
Read Moreସେବା ସମିତି ପକ୍ଷରୁ ଆୟୋଜିତ ଯୁବ ଉତ୍ସବ ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବାଉତ୍ସବ ସମିତି ପକ୍ଷରୁ ପୁରୁଣା ସହର ଠାରେ ଆୟୋଜିତ ଯୁବ ଉତ୍ସବ କାର୍ଯ୍ୟକ୍ରମ ସୋମବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି। ନୟାଗଡ଼ ପୁରୁଣା ସହର ସ୍ଥିତ ଯଦୁମଣି ନାଟ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାର ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସିପାଲିଟି ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଅତିଥି ଯୋଗଦେଇଥିଲେ। ସାମ୍ବାଦିକ ଜୟନ୍ଦ୍ର ବେହରା ସଭା ସଂଚାଳନ କରିଥିବା ବେଳେ ସେବା ସମିତି ସଦସ୍ୟ, ସୁନୀଲ କୁମାର ନାୟକ, ଗୁଲସନ ଦାସ, ପରମେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ଯୁବ ଦିବସ ପାଳନର ଅନୁଚିନ୍ତା ଓ…
Read Moreଫକିର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ପୂଜ୍ୟପୂଜା କମିଟି ନୟଗଡ ଆନୁକୂଲ୍ୟରେ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି|ଏହି ଅବସରରେ ପୂଜ୍ୟପୂଜା କମିଟିର ଉପଦେଷ୍ଟା ଗୋଦାବରୀ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ରୋଟାରିଆନ ଧୀରେନ୍ଦ୍ର ପଟ୍ଟନାୟକ, ଅବିନାଶ ସାହୁ, ବସନ୍ତ ରାଉତ, କୈଳାଶ ପ୍ରଧାନ, ସନ୍ତୋଷ ଶର୍ମା, ଗୋପବନ୍ଧୁ ଲେଙ୍କା, ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ଯୋଗଦେଇ ଫକିର ମୋହନ ଙ୍କ ତୈଳ ଚିତ୍ରରେ ପୁଷ୍ପମଲ୍ୟ ଅର୍ପଣ ସହ ଫକୀର ମୋହନଙ୍କ ସାହିତ୍ୟକୃତିର ଗୁଣଗାନ କରିଥିଲେ|ଫକିରମୋହନଙ୍କ ରଚିତ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ରେବତୀ କିଭଳି ଓଡିଆ ଜନ ମାନସରେ ଘରେ ଘରେ ପ୍ରସିଦ୍ଧି ଲାଭ କରିଛି ସେ ସମ୍ପର୍କରେ ବ୍ୟାପକ ଆଲୋଚନା ହେବା ସହ ଓଡିଆ ସାହିତ୍ୟରେ…
Read More